ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

midhili

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି ବେଗ ୨୬ କିମି ରହିଛି । ଏବେ ଏହା ଦୀଘାଠାରୁ ୨୧୦ କିମି ଦୂରରେ ଥିବାବେଳେ ଖେପପୁରା (ବଂଲାଦେଶ)ଠାରୁ ୧୧୦ କିମି ଦୂରରେ  ଏବଂ ଚିଟ୍ଟଗଙ୍ଗ(ବାଂଲାଦେଶ)ଠାରୁ ୨୭୦ କିମି ଦୂରରେ ରହିଛି ।

ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡକୁ ମୁହାଁଉଛି । ୧୭ ତାରିଖ ରାତିରେ ଏହା ଖେପପୁରା ଦେଇ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି । ସ୍ଥଳଭାଗ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ରହିବ । ବେଳେବେଳେ ୮୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର ପ୍ରଭାବ ଓଡ଼ିଶାରେ ବିଶେଷ ପଡିବ ନାହିଁ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ବାଂଲାଦେଶ ଗୋଟଏ ମାସ ମଧ୍ୟରେ ଦୁଇ ଦୁଇଟି ବାତ୍ୟାକୁ ସାମ୍ନା କଲାଣି ।

nis-ad
Leave A Reply

Your email address will not be published.