ଘରୋଇ କ୍ଷେତ୍ରରେ ହରିୟାଣା ଲୋକଙ୍କୁ ୭୫% ସଂରକ୍ଷଣ ଅସମ୍ବିଧାନିକ : ହାଇକୋର୍ଟ…

Punjab-Haryana-High-Court-750x430

ଚଣ୍ଡିଗଡ଼: ହରିୟାଣାର ଘରୋଇ କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ୭୫% ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ହରିୟାଣା ସରକାରଙ୍କ ଏହି ଆଇନକୁ ନେଇ ଶିଳ୍ପ ମାଲିକମାନେ ପ୍ରଶ୍ନ ଉଠାଇବା ପରେ ଜଷ୍ଟିସ୍ ଜିଏସ୍ ସାନ୍ଧଓ୍ଵାଲିଆ ଓ ଜଷ୍ଟିସ୍ ହରପ୍ରୀତ କୌର ଜୀବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ୨୦୨୦ ମସିହାରେ ହରିୟାଣା ସରକାରଙ୍କ ଦ୍ବାରା ପ୍ରଣୀତ ରାଜ୍ୟ ସ୍ଥାନୀୟ ନିଯୁକ୍ତି ଆଇନକୁ ‘ଅସାମ୍ବିଧାନିକ’ ଏବଂ ଏହା ସମ୍ବିଧାନର ୩ୟ ଭାଗର ଉଲ୍ଲଂଘନ କରୁଛି ବୋଲି ସ୍ପଷ୍ଟ କରିଛନ୍ତି।

ଏହି ମାମଲାର ଶୁଣାଣି ମାସକ ପୂର୍ବରୁ ଶେଷ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର (ନଭେମ୍ବର ୧୭) କୋର୍ଟ ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ହାଇକୋର୍ଟ ୨୦୨୨ ମାର୍ଚ୍ଚରେ ଏହି ଆଇନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ହାଇକୋର୍ଟ ଏହି ଆଇନ ସପକ୍ଷରେ ଓ ବିପକ୍ଷରେ ସମସ୍ତ ଯୁକ୍ତି ଶୁଣିବା ପରେ ୨୦୨୩ ଏପ୍ରିଲରେ ପୁଣି ଶୁଣାଣି ଆରମ୍ଭ କରିଥିଲେ।

ହରିୟାଣା ସରକାର ୨୦୨୦ରେ ରାଜ୍ୟ ସ୍ଥାନୀୟ ପ୍ରାର୍ଥୀ ନିଯୁକ୍ତି ଆଇନ ପ୍ରଣୟନ କରିଥିଲେ। ଏହା ମାଧ୍ୟମରେ ହରିୟାଣାର ଯୁବକମାନଙ୍କୁ ଘରୋଇ କମ୍ପାନୀ, ସୋସାଇଟି, ଟ୍ରଷ୍ଟ, ପାର୍ଟନରସିପ୍ ଫାର୍ମ ସମେତ ସମସ୍ତ ଘରୋଇ ଅନୁଷ୍ଠାନରେ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ଆଇନରେ ଥିବା ସଂରକ୍ଷଣ ବ୍ୟବସ୍ଥା ସେହି ଘରୋଇ ଅନୁଷ୍ଠାନପାଇଁ ଲାଗୁ ହେଉଥିଲା, ଯେଉଁଠାରେ ୧୦ କିମ୍ବା ତା’ଠାରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଏହି ଆଇନ ବିରୋଧରେ ଶିଳ୍ପସଂସ୍ଥାଗୁଡ଼ିକ ଆଇନର ଆଶ୍ରୟ ନେବା ପରେ ୨୦୨୨ରେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ ।

nis-ad
Leave A Reply

Your email address will not be published.