ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ…

valcano

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା । ଏଥିସହ ଜ୍ବାଳାମୁଖରୁ ଲାଭା ବାହାରିଥିଲା ।

ଗତକାଲି ରାତିରେ ହଠାତ ଆଗ୍ନେୟଗିରି ଉଦଗିରଣ ଘଟିଥିଲା । ରାତି ସାରା ଚାଲିଥିଲା ଆଗ୍ନେୟ ଉଦଗିରଣ । ମାଉଣ୍ଟ ଏଟନା ଆଗ୍ନେୟଗିରି ହେଉଛି ୟୁରୋପର ସବୁଠୁ ଉଚ୍ଚ ଓ ଜୀବନ୍ତ ଆଗ୍ନେୟଗିରି । ପୂର୍ବରୁ ଏହି ଆଗ୍ନେୟଗିରିରୁ ଗତ ଅଗଷ୍ଟରେ ଉଦଗିରଣ ହୋଇଥିଲା । ସେତେବେଳେ କାଟାନିଆ ଏୟାରପୋର୍ଟରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା ।

nis-ad
Leave A Reply

Your email address will not be published.