ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ…

tra

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି ।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ୦୮୪୪୯ ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ । ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର ୨୦୨୩) ଦିନ ପୁରୀ ଠାରୁ ରାତ୍ରି ୧୧ ଟା ୩୦ ମିନିଟ ରେ ଛାଡି ପାଟନା ଯାତ୍ରା କରିବ ।

ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ ୦୮୪୫୦ ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ମଙ୍ଗଳବାର ଏବଂ ଗୁରୁବାର(୧୪ ଏବଂ ୧୬ ନଭେମ୍ବର ୨୦୨୩) ସନ୍ଧ୍ୟା ୬ ଟାରେ ପାଟନା ଠାରୁ ପୁରୀ ଅଭିମୁଖେ ଯାତ୍ରା କରିବ ।

nis-ad
Leave A Reply

Your email address will not be published.