ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ…

raew

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସୁଖସମୃଦ୍ଧି ଓ ସୁସ୍ବାସ୍ଥ୍ୟ କାମନା କରିଛନ୍ତି।

ସମସ୍ତଙ୍କ ଜୀବନ ସୁଖସମୃଦ୍ଧି ଓ ସୌଭାଗ୍ୟମୟ ହେଉ ବୋଲି ଈଶ୍ବରଙ୍କ ଠାରେ କାମନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ।

ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଆଲୋକର ପର୍ବ ଦୀପାବଳି ଆପଣ ସମସ୍ତଙ୍କ ଘରେ ସ୍ବାସ୍ଥ୍ୟ, ସମୃଦ୍ଧି ଓ ଖୁସିର ଆଲୋକ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

nis-ad
Leave A Reply

Your email address will not be published.