ଝିଅ ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ବାପା…

marrige-24

ମାହାଙ୍ଗା : ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ। ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସେହି ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଏକମାତ୍ର ବଡ଼ ଝିଅ ୧୮ ବର୍ଷୀୟ ପାୟଲ ମହାପାତ୍ର ଉମର ଗାଁର କାଶୀନାଥ ବେହେରାଙ୍କ ଏକମାତ୍ର ପୁଅ ଆକାଶ ଚନ୍ଦ୍ର ବେହେରାଙ୍କ ସହ ପଳାଇ ଯିବାରୁ ପାୟଲଙ୍କ ପରିବାର ଲୋକେ ଝିଅର ଜୀବିତ ଅବସ୍ଥାରେ ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି।

ଏପରିକି ପାୟଲଙ୍କ ବାପା ବିଶ୍ୱଜିତ ମହାପାତ୍ର ଲଣ୍ଡା ମଧ୍ୟ ହୋଇ ଝିଅର ସମସ୍ତ କର୍ମ କରିଛନ୍ତି।ଏହାଛଡ଼ା ଯଥାନିତି ଅନୁସାରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ତେବେ ଏଭଳି ଆଶ୍ଚର୍ଯ୍ୟ ଘଟଣା ମାହାଙ୍ଗା ଅଂଚଳରେ ପ୍ରଥମ କରି ଘଟିଛି ଯାହାକି ଲୋକମାନେ ଏହି କଥା ଶୁଣି ସମସ୍ତେ କାବା ହୋଇଯାଇଛନ୍ତି।

nis-ad
Leave A Reply

Your email address will not be published.