ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଏହି ଭ୍ୟାନଟି ଏଟିଏମରେ ଟଙ୍କା ଲୋଡ କରିବା ପାଇଁ ଯାଉଥିଲା । ତିଗିରିଆ ଥାନା ଅଧୀନସ୍ଥ ନୂଆ ସଡକ ରୋଡର ଗୋଡି ଝରିଆ ନିକଟରେ ଲୁଟ ହୋଇଥିଲା । ୭ରୁ ୮ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ଏକ ସ୍କର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ ଭ୍ୟାନକୁ ଅଟକାଇଥିଲେ ।ତା ପରେ ଟଙ୍କା ଭର୍ତ୍ତି ଟ୍ରକକୁ ଉଠାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ଏଥିରେ ଦେଢ କୋଟି ଟଙ୍କା ଥିବା ଜଣାଯାଇଛି ।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।ଘଟଣାର ଛାନଭିନ କରୁଛି । ଭ୍ୟାନ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ ଓଡ଼ିଆରେ କଥା ହେଉଥିଲେ ।