ସରିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା…

gaj

ଢେଙ୍କାନାଳ: ସରିଲା ଢେଙ୍କାନାଳ ଜଗଲକ୍ଷ୍ମୀ ପୂଜା। ଆଜି ମେଲାଣି ନେବେ ମା ଲକ୍ଷ୍ମୀ । ୧୧ଦିନର ପୂଜା ପରେ ଆଜି ମେଲାଣି ନେବେ ମାଆ । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ପୂଜାର ଶେଷ ଦିନରେ ଗଣେଶ ବାଜରରେ ଲାଗିଥିବା ମେଳାର ମଜା ନେଇଛନ୍ତି ଦର୍ଶକ ।

ଆଜି ମାଆଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଭସାଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଳିତ ବଜାର ପୂଜା କମିଟିର ସହମତି କ୍ରମେ ଚଳିତ ବର୍ଷ ଭସାଣ ଉତ୍ସବରେ ଡିଜେ ନ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାର ବହୁ ପାରମ୍ପରିକ ବାଜା ଚଳିତ ବର୍ଷ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଶୃଙ୍ଖଳିତ ଭସାଣ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

nis-ad
Leave A Reply

Your email address will not be published.