କାଠଫାଳିଆରେ ଯୁବକଙ୍କୁ ଆକ୍ରମଣ ଘଟଣା, ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ…

ହିଞ୍ଜିଳିକାଟୁ : ଗତ ଅକ୍ଟୋବର ୨୮ ତାରିଖ ରାତିରେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର ଜଣେ ଯୁବକଙ୍କୁ ସେହି ଗ୍ରାମର ଜଣେ ଯୁବକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଜଣଙ୍କ ସଂପୃକ୍ତ ଗ୍ରାମର ସରୋଜ ସାହୁ । ଏ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣା ନେଇ ଆହତ ସରୋଜ ଅକ୍ଟୋବର ୨୯ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୭୪୯/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା ।

ପ୍ରକାଶ ଯେ, ୨୮ ତାରିଖ ରାତିରେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ ଜୁଆ ଖେଳ ଚାଲିଥିଲା । କିଛି ଜୁଆଡି ସରୋଜଙ୍କ ଘର ସମ୍ମୁଖରେ ମୋଟର ସାଇକେଲ ରଖିଥିବାରୁ ଘର ସମ୍ମୁଖରୁ ମୋଟର ସାଇକେଲକୁ ବାହାର କରିବାର ପାଇଁ ସରୋଜ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେହି ଗ୍ରାମର ପାଙ୍ଗୁ ଗୌଡ(୪୨) ସରୋଜଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଏକ କାଠ ପାଳିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସରୋଜ ଗୁରୁତର ଆହତ ହୋଇଥିବା ବେଳେ ଆକ୍ରଅମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ମଙ୍ଗଳବାର ଆକ୍ରମଣକାରୀ ଗାଁରେ ବୁଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ କଣ୍ଟେଇକୋଳି ଗାଁରେ ପହଞ୍ଚି ଅଭିଯୁକ୍ତ ପାଙ୍ଗୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ ସୁନିଲ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.