ଶତାଧିକ ଲୋକ ଥାନା ଘେରିଥିଲେ। ଆଉ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯିଏ ଯାହା ପାରିଲା ଭାଙ୍ଗି ଚାଲିଲା । ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ଏଭଳି ତୁମୁଳକାଣ୍ଡ ଘଟିଥିଲା । ହେଲେ ପୋଲିସ ନିଦାବିଷ୍ଣୁ ସାଜିଥିଲା । ଘଟଣାକୁ ଦୁଇ ଦିନ ବିତିଛି । ହେଲେ ଆଜି ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ । ଯାହାର ପ୍ରତିବାଦରେ ଆଜି କଂଗ୍ରେସ ଏଭଳି ପଦକ୍ଷେପ ନେଇଛି ।