ଭୂପେଶ ବଘେଲ ବିଜେପିରେ ଯୋଗଦେଲେ କ୍ଲିନ ଚିଟ ମିଳିବ: ଉଦ୍ଧବ ଠାକରେ

wq

ମୁମ୍ବାଇ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କର ସମ୍ପୃକ୍ତି ଥିବା ନେଇ ଏବେ ବିଜେପି ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛି | କିଛିଦିନ ତଳେ ଭୂପେଶଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ। ଫରେନସିକ୍‌ ବିଶ୍ଳେଷଣ ଏବଂ ଏକ ‘କ୍ୟାସ୍‌ କୋରିଅର୍‌’ ଦ୍ୱାରା ଦିଆଯାଇଥିବା ବୟାନ ଯୋଗୁଁ ମହାଦେବ ବେଟିଂ ଆପ୍‌ ପ୍ରମୋଟରମାନେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ପାଖାପାଖି ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆସିଛି। ତେବେ ଏହି ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଥିବାବେଳେ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଟାକ୍ଷ କରିଛନ୍ତି |

ଏକ ପୁସ୍ତକ ଉନ୍ମୋଚନ ସମୟରେ ମହାଦେବ ବ୍ୟାଟିଂ ଆପ୍ ବିବାଦକୁ ନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯଦି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଏହି ପ୍ରସଙ୍ଗରେ କ୍ଲିନ ଚିଟ ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୂପେଶ ବଘେଲ ବିଜେପିରେ ଯୋଗଦେବା ପରେ ଏହି ମହାଦେବ ଆପକୁ ହର ହର ମହାଦେବ ଆପରେ ମଧ୍ୟ ବଦଳାଇ ଦିଆଯିବ। ମହାଦେବ ଆପ୍ | ଉଲ୍ଲେଖ ଥାଉ କି ମହାଦେବ ବେଟିଂ ଆପରେ ଅର୍ଥ ହେରଫେର ମାମଲାରେ ଜଣେ ସନ୍ଦିଗ୍ଧଙ୍କ ବିବୃତ୍ତି ଦର୍ଶାଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ ମୁଖ୍ୟମନ୍ତ୍ରୀ ଆପ୍ ପ୍ରମୋଟରଙ୍କ ଠାରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତେବେ ବଘେଲ ଏହାକୁ ନେଇ କହିଥିଲେ ଯେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଛତିଶଗଡରେ ବିଜେପି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ଛତିଶଗଡ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ନିର୍ବାଚନ ପୂର୍ବରୁ ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଇଡି ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ |

nis-ad
Leave A Reply

Your email address will not be published.