ମାଜିଂମାଳିରେ ମହିଳାଙ୍କ ପ୍ରତିରୋଧ : ସିଜିମାଳି ପରେ ଏବେ ମାଜିଂମାଳି ଉପରେ କମ୍ପାନୀ ଆଖି..!

ଭୁବନେଶ୍ୱର //ରାୟଗଡ଼ା:(୦୫/୧୧/୨୦୨୩)

ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ୨ ପ୍ଲାଟୁନ୍ ପୋଲିସ, ୨ଟି JCB ମେସିନ୍ ଏବଂ ଓଡ଼ିଶା ଖଣି ନିଗମର କିଛି ଅଧିକାରୀ କଳାଗାଁ ସ୍କୁଲ ନିକଟସ୍ଥ ଗାଡେଝୋଲା ଛକ ନିକଟରେ ପହଞ୍ଚିଥିଲେ। ସେମାନେ ତିଜିମାଳି ଓ ଗୋଡାମାଳି ବକ୍ସାଇଟ ପାହାଡ଼ ପାଖରେ ଥିବା ମାଜିଂମାଳି ପର୍ଯ୍ୟନ୍ତ ଯାଉଥିବା ଏକ ରାସ୍ତାରେ ଯିବା ଉଦ୍ଦେଶ୍ୟରେ ଆସିଥିଲେ। ଏହି ଖବର ପ୍ରଚାର ହେବା ପରେ, ସ୍ଥାନୀୟ କଳାଗାଁ, କଡେଝୋଲା, ରୁଗାପଦର ଓ ମାଜିଂମାଳି ଗ୍ରାମର ପ୍ରାୟ ୧୫୦/୧୭୦ ଜଣ ମହିଳା ଖଣି ନିଗମର ଅଧିକାରୀମାନଂକୁ ବିରୋଧ କରିଥିଲେ। ସେମାନେ ଗାଁ ରାସ୍ତାରେ ରଖା ଯାଇଥିବା JCB ମେସିନ୍ ଓ ନିୟୋଜିତ ପୁଲିସ ପ୍ଲାଟୁନ୍ ସମ୍ମୁଖରେ ବସି ପ୍ରତିରୋଧ କରିଥିଲେ। ଏହା କୁହା ଯାଉଛି କି, ଓଡ଼ିଶା ଖଣି ନିଗମର ଅଧିକାରୀମାନେ ସେହି ଅଂଚଳର ମାଟି ପରୀକ୍ଷା କରି ବକ୍ସାଇଟ ସର୍ଭେ ଉଦ୍ଦେଶ୍ୟରେ ଆସିଥିଲେ। କିଛି ଘଣ୍ଟାର ପ୍ରତିବାଦ ପରେ ଖଣି ନିଗମର ଅଧିକାରୀମାନେ ସେମାନଙ୍କର ୨ଟି JCB ମେସିନ୍ ସହ ଫେରିଯାଇଥିଲେ। ବର୍ତମାନ ସୁଦ୍ଧା ସେହି ସ୍ଥାନରେ ଅନେକ ପୁଲିସ ନିୟୋଜିତ ଅଛନ୍ତି। ନିକଟସ୍ଥ ଗ୍ରାମ ଗୁଡ଼ିକରୁ ରୁଣ୍ଡ ହୋଇଥିବା ମହିଳା ମାନେ ସେଠାରେ ବସି ନଜର ରଖିଥିଲେ ଏବଂ ମାଜିଂମାଳି ଉପରକୁ କମ୍ପାନୀ ଓ ପୁଲିସର ପ୍ରବେଶକୁ ପ୍ରତିବାଦ କରିଥିଲେ। ଗତକାଲି ଠାରୁ ମାଜିଂମାଳିର ପ୍ରବେଶ ପଥକୁ ମହିଳା ମାନେ ଦିନ ରାତି ଜଗି ବସିଥିଲେ।

ମାଜିଂମାଳି ପାହାଡ଼ ୪ଟି ଗ୍ରାମ ପଞ୍ଚାୟତ ଅଧିନରେ ରହିଛି, ଯଥା: ସିନ୍ଦୁରଘାଟି, ସୁଁଗେର, କେରପାଇ, ମାଣ୍ଡିବିଶି। ମାଜିଂମାଳି ନିକଟରେ ଥିବା ଲାକରିସ ଗାଁର ହିଣ୍ଡା ମାଝୀଙ୍କ ଅନୁସାରେ: “ଓଡ଼ିଶା ସରକାର ତିଜିମାଳିକୁ ବେଦାନ୍ତ କମ୍ପାନୀକୁ ଲିଜ ଦେବା ପରେ, ଏବେ ମାଜିଂମାଳି ଉପରେ ଖଣି ଖନନ ପାଇଁ ଚେଷ୍ଟା କରୁଛି। କିନ୍ତୁ ଆମେ ଆମର ସମସ୍ତ ମାଲିରୁ ଇଞ୍ଚେ ମାଟି ଖୋଳିବାକୁ ଦେବୁନାହିଁ। ଆମର ମାଳି ମାନେ ପରସ୍ପର ପ୍ରତି ସଂଲଗ୍ନ ଏବଂ ଆମେ ମାନେ ଏହି ମାଳି ମାନଙ୍କର ପିଲା। ମରିଯିବୁ ପଛେ, କିନ୍ତୁ ଜୀବନ ଥାଉ ଥାଉ ଆମ ମାଳିମାନଙ୍କୁ ଧ୍ଵଂସ ହେବାକୁ ଦେବୁ ନାହିଁ।”

nis-ad
Leave A Reply

Your email address will not be published.