ତଥାପି ସରୁନି ଚୌକିର ଲୋଭ…ଅବସର ପରେ ବି ଅଧିକାରୀ ଙ୍କ ନିକଟ ରେ ପୋଷା ମେଣ୍ଢା..!

ଢୋଲ ଭିତର ମୂଷା…!!


ବ୍ରହ୍ମପୁର : ୫ -୧୧ ଗଞ୍ଜାମ ଜିଲ୍ଲା ର ବହୁ କାର୍ଯ୍ୟାଳୟ ରେ ଅବସର ପରେ ବି କିଛି କର୍ମଚାରୀ ଙ୍କ ଚୌକି ଲୋଭ ଛାଡ଼ୁନଥିବା ଦେଖୁବାକୁ ମିଳୁଛି। ଅଧିକାଂଶ କରି ସରକାରୀ କାର୍ଯ୍ୟଳୟ ଗୁଡିକରେ କର୍ମଚାରୀ ମାନଙ୍କୁ ହାତ ବାରିସୀ କରି ଅଧିକାରୀ ମାନେ ସମସ୍ତ ପ୍ରକାର ଦେଣ ନେଣ କରିବାକୁ ନେଇ ଅଭିଯୋଗ ହେଉଛି । ଏବେ ବ୍ରହ୍ମପୁର ର କେତେକ କାର୍ଯ୍ୟଳୟ ରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଅଧିକାଂଶ ସମୟ ଅଫିସ ରେ ଦେଖିବାକୁ ମିଳୁଛି।ବହୁ ସରକାରୀ କାର୍ଯ୍ୟଳୟ ରେ ବଡ଼ ବାବୁ ଙ୍କ ଆଦାୟ ର ମୁଖ୍ୟ ଭୂମିକା ପାଲଟିଛନ୍ତି, ଏହି ଅବସର ପ୍ରାପ୍ତ କର୍ମଚାରୀ ବୋଲି ଅଭିଯୋଗ ହେଉଛି । ଅଧିକାରୀ ଙ୍କ ବୋଲ ମାନୁଥିବା କର୍ମଚାରୀ ଏବେ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଖୋଜା ପଡୁଛି।ପୁରୁଣା ମୂଷା କୁ ହିଁ ଯେଉଁ ଗୋଦାମ ରେ ଗଛିତ ଥିବା ଶସ୍ୟ ସମ୍ପର୍କ ରେ ଯେତିକି ଜଣା ସେତିକି ନୂଆ ମୂଷା କୁ ଜଣା ନଥାଏ। ଏହି କାରଣ ରୁ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ବାବୁ ମାନେ ନିଜ ଫାଇଦା ପାଇଁ ରଖିବାକୁ ଏକରକମ ବାଧ୍ୟ ହେଉଛନ୍ତି। ତାହାର ନଗ୍ନ ନମୁନା ଏବେ ବ୍ରହ୍ମପୁର ମହାନଗର ନିଗମ ର ଦେଖିବାକୁ ମିଳିଛି। ଏଠାରେ ବାବୁ ସର୍ବେ ସର୍ବା କହିଲେ ଚଳେ, ବ୍ରହ୍ମପୁର ବି ଏମ ସି ତାଙ୍କ ଇଙ୍ଗତ ରେ ଚାଲୁଛି ବୋଲି ଅଭିଯୋଗ ହେଉଛି ଯାହାଫଳରେ ବି ଏମ ସି ଅନେକ ସଚ୍ଚୋଟ ଅଫିସର ଏହାକୁ ନିନ୍ଦା କରୁଛନ୍ତି କିନ୍ତୁ ମୁହଁ ଖୋଲୁ ନାହାନ୍ତି କାରଣ ଅଫିସର ଙ୍କ ନାଲି ଆଖି l ବିଏମସି ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ବାବୁ କୁଆଡେ ଫିକ୍ସଙ୍ଗ କରନ୍ତି ଏହାକୁ ନେଇ ଅନେକ ଅଭିଯୋଗ ହେଉଥିବା ସତ୍ୱେ କମିଶନର ମହାଶୟ ଚୁପ l ସେକୁଆଡେ କହିଛନ୍ତି ସେ ବ୍ରହ୍ମପୁର ରେ କମିଶନର ଥିବା ଯାଏ ସେହି ଅବସର ପ୍ରାପ୍ତ କର୍ମଚାରୀ ରହିବେ ଯାହାକି ବାବୁଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ବାଟରୁ ଯାଇ ହାଟରେ ଗଡ଼ିଲାଣି l କେବଳ ବି ଏମ ସି ନୁହଁ ଗଞ୍ଜାମ ଜିଲ୍ଲାର ଯେଉଁ ଅଫିସ ରେ ହାତ ମାରିବ ସେଠାରେ ପୁଳା ପୁଳା ଅବସର ପ୍ରାପ୍ତ କର୍ମଚାରୀ ଅଫିସର ଙ୍କ ପାଖରେ ଛାଇ ପରି ରହିଥିବା ଦେଖିବାକୁ ମିଳୁଛି ଜିଲ୍ଲା ପ୍ରଶାସନିକ ଅଧିକାରୀ ସବୁ ଜାଣି ଚୁପ l ଏହି ଅବସର କର୍ମଚାରୀ ମାନେ ଅଫିସର ମାନଙ୍କ କୁଆଡେ ଗେଲ୍ହା ପୁଅ ଏହିମାନଙ୍କ ଜରିଆରେ ସବୁ ଅନ୍ଧାରିଆ ଖେଳ ହୁଏ କାରଣ ଏମାନଙ୍କ ଜରିଆରେ କାମ କଲେ ଅଫିସର ମାନଙ୍କ କିଛି ରିସ୍କ ନଥାଏ l ଭିଜିଲାନ୍ସ, ଇଡି ର ଭୟତ ଜମାରୁ ନାହିଁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଉଚ୍ଚ ଶିକ୍ଷିତା ଯୁବକ ଯୁବତୀ ଆଜି ବେକାର କାରଣ ସରକାର ଙ୍କ ନିକଟ ରେ ଦରମା ଦେବାକୁ ଟଙ୍କା ନାହିଁ ତେବେ ଏହି ଅବସର ପରେ ଏହି ବ୍ୟକ୍ତି ମାନଙ୍କୁ ଦରମା ଦେଉଛି କିଏ..? କଣ ବାବୁ ମାନେ ନିଜ ପକେଟ ରୁ ଦରମା ଦିୟନ୍ତି ନା ଏହି ମାନେ ସ୍ୱେଚ୍ଛାକୃତ ଭାବରେ ବାବୁ ଓ ସରକାରଙ୍କ କାମ କରୁଛନ୍ତି ତାହା ବି ତଦନ୍ତ ସଫେକ୍ଷ l ଯଦି ଏହି ପରିପେକ୍ଷୀ ରେ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରା ଯାଏ ତେବେ ବାବୁ ମାନଙ୍କ ଅସଲ ମୂଖା ପଦାକୁ ଆସିବା ସହିତ ଏହି ଅବସର ପ୍ରାପ୍ତ କର୍ମଚାରୀ ମାନେ ସରକାରୀ ରାଜକୋଷ ରୁ ଲୁଟି କୁବେର ବନି ଥିବା ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି l ରାଜ୍ୟ ସରକାର ଏହି ଢୋଲ ଭିତରେ ଥିବା ମୂଷା ମାନଙ୍କୁ ଯଦି ନକଢ଼ାନ୍ତି ତେବେ ଦୁର୍ନୀତି ମୁକ୍ତ ପରିବେଶ ସୃଷ୍ଟି ହେବା କାଠିକର ପାଠ ବୋଲି ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.