ଗଞ୍ଜାମ ପୋଲିସ ପହଞ୍ଚିଲା ପୁରୀ ରେ :ବାଲି ମାଫିଆ ଙ୍କ ନକଲି ୱାଇ -ଫର୍ମ ଚେର ଲମ୍ବିଛି ଜିଲ୍ଲା ବାହାରେ…

ଗୁମର ଖୋଲୁଛି ପୋଲିସ, ଅଦୃଶ୍ୟ ଶକ୍ତି ଏବେ ଛାନିଆ…!!


ଭୁବନେଶ୍ୱର : ୩-୧୧ ଗଞ୍ଜାମ ଜିଲ୍ଲା ର ଋଷିକୁଲ୍ୟା ନଦୀ ରୁ ହେଉଛି ଚୋରା ବାଲି ଚାଲାଣ। ଏହି ଚୋରା ବାଲି ଚାଲାଣ ପାଇଁ ମାଫିଆ ମାନେ ୱାଇ-ଫର୍ମ ର ସାହାରା ନେଉଛନ୍ତି। ନକଲି ୱାଇ-ଫର୍ମ ଯୋଗୁଁ ଗୋଟିଏ ପଟେ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ବେଳେଅନ୍ୟ ପଟେ ମାଫିଆ ମାନେ ମାଲା ମାଲ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ରେ ଦୀର୍ଘ ବର୍ଷ ହେଲା ନକଲି ୱାଇ – ଫର୍ମ ରେ ଚାଲିଥିଲା ଚୋରା ବାଲି ବ୍ୟବସାୟ।ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ଚୋରା ବାଲି ର ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ ଗିରଫ କରିବା ପରେ ଚୋରା ବାଲି ଚଲାଣ ର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି।ଗଞ୍ଜାମ ଏସପି ନିଜେ ସମ୍ରାଟ କୁ ଜେରା କରୁଥିବା ଯୋଗୁଁ ଗୋଟେ ପରେ ଗୋଟେ ଗୁମର ଖୋଲୁଛି। ଏବେ ଗଞ୍ଜାମ ପୋଲିସ ପୁରୀ ରେ ଡେରା ପକାଇଥିବା ଜଣା ପଡିଛି। ନକଲି ୱାଇ-ଫର୍ମ ଗୁଡ଼ିକ ପୁରୀ ସ୍ଥିତ ମୋଚି ସାହି ରେ କୁଆଡେ ଛପା ଯାଉଥିବା ଚର୍ଚ୍ଚା କୁ ଆସିଛି। ଗଞ୍ଜାମ ପୋଲିସ ଚୋରା ବାଲି ସମ୍ରାଟ ର ଗୁମର ଖୋଲିବା ସହ ତାର ନିକଟ ତର ସହଯୋଗୀ ଓ ପୋଷା ମେଣ୍ଢା କୁ ଧରାଶାୟୀ କରିବାକୁ ଗୁପ୍ତ ଆଡ୍ଡା ଖୋଜୁଛି। ଏହି ଚୋରା ବାଲି ରେକେଟ ରେ ବହୁ ବରିଷ୍ଟ ଅଧିକାରୀ ମାନେ ସମ୍ରାଟ କୁ ସମ୍ପୂର୍ଣ ସହଯୋଗ କରିବା ଯୋଗୁଁ ଏହି ଚେର ଜିଲ୍ଲା ତଥା ଜିଲ୍ଲା ବାହାରକୁ ଲମ୍ବି ଥିବା ନେଇ ଚର୍ଚ୍ଚା ହେଉଛି। ନକଲି ୱାଇ- ଫର୍ମ କାରବାର ଆଜି କାର ନୁହେଁ ଦୀର୍ଘ ବର୍ଷ ହେଲା ଯଦି ଚାଲି ଥିଲା ତାହା ହେଲେ ସେ ଅଞ୍ଚଳ ର ତହସିଲଦାର ମାନେ ତଦାରଖ କାହିଁକି କରୁନଥିଲେ ବୋଲି ପ୍ରଶ୍ନ ଉଠୁଛି। ଏହି ସବୁ କାରବାର ଖାଲି ସମ୍ରାଟ ଓ ତାର ପୋଷା ମେଣ୍ଢା ଙ୍କ ର ନୁହେଁ। ଏହା ପଛରେ ଥିବା ଅଦୃଶ୍ୟ ଶକ୍ତି କୁ ଜେରା କରିଲେ ଅସଲ ମୁଖା ଖୋଲିବା ସହ। ସରକାରଙ୍କ ରାଜକୋଷ ଖାଲି କରି ନିଜେ ଜଣେ ଜଣେ କୁବେର ଥିବା ବାବୁ ଙ୍କ ପରର୍ଦ୍ଧା ଫାଶ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣା କୁ ସରକାର ଗୁରତର ସହ ତଦନ୍ତ କରିଲେ ବହୁ ବହୁ ଅଧିକାରୀ ଙ୍କ ମୁଖା ଖୋଲିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।ଦୀର୍ଘ ବର୍ଷ ହେଲା ଚାଲିଥିବା ଏହି ଚୋରା ବାଲି ର ସମ୍ରାଟ ବିରୋଧ ରେ ମୁହଁ ଖୋଲିବାକୁ ଲୋକେ ଭୟ କରୁଥିଲେ। ପୋଲିସ ର ତଦନ୍ତ ଭାର କେଉଁ ଆଡ଼କୁ ଯାଉଛି। ସାଧାରଣ ଲୋକେ ଚାତକ ପରି ଚାହିଁ ବସି ଛନ୍ତି। ସମ୍ରାଟ ର ବହୁ ସହଯୋଗି ଏବେ ଅଣ୍ଡାର ଗ୍ରାଉଣ୍ଡ ହୋଇଥିବା ଯୋଗୁଁ ପୋଲିସ କୁ ନାକେଦମ ହେବାକୁ ପଡୁଛି।ଡିଜିଟାଇଲ ଯୁଗରେ ମୋବାଇଲ ରେ ସମ୍ରାଟ ର ବହୁ ଗୁମର ରହିଥିବା ଯୋଗୁଁ ଅଦୃଶ୍ୟ ଶକ୍ତି ଙ୍କ ମଧ୍ୟରେ ଛନକା ପଶିଛି। ଶୁଣିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ସହିତ ଓଡିଶା ର ଅନେକ ବାଲୁ ଘାଟ ଉପରେ ଏବେ ଇଡି ଓ ପୋଲିସ ର ନଜର, ଆଗକୁ ଅନେକ ବାଲି ଓ ଖଣି ମାଫିଆ ଙ୍କ ଉପରେ ହେବାକୁ ଯାଉଛି କାର୍ଯ୍ୟାନୁଷ୍ଠାନ ଯାହାକୁ ନଜର ରେ ରଖି ମାଫିଆ ମାନେ ଆତ୍ମଗୋପନ କରିଥିବା ଦେଖିବାକୁ ମିଳୁଛି l ବର୍ତମାନ ଅନେକ ବାଲୁଘାଟ ଶୂନ ସାନ ଥିବା ନଜର କୁ ଆସିଛି l ତେବେ ଏଠାରେ ବୁଦ୍ଧିଜୀବୀ ଓ ସାଧାରଣ ରେ ଗୋଟିଏ ପ୍ରଶ୍ନ ଉଠୁଛି ସ୍ଥାନୀୟ ତହସିଲଦାର କରୁଥିଲେ କଣ..? ନା ମାଫିଆ ଓ ତହସିଲ କର୍ମଚାରୀ ମାନଙ୍କ ମଧ୍ୟରେ ଥିଲା ମଧୁର ସମ୍ପର୍କ..? ତେଣୁ ଏଠାରେ ଉକ୍ତ ସରକାରୀ ଅଧିକାରୀ ଙ୍କ ଉପରେ କାର୍ଯ୍ୟନୁଷ୍ଠାନ କେବେ…? ଯାହାକି ଏହାବି ତଦନ୍ତ ସାଫେକ୍ଷ…

nis-ad
Leave A Reply

Your email address will not be published.