କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76 ତମ ଜୟନ୍ତୀ ପାଳନ କଲା ନବୀନ ପ୍ରତିଷ୍ଠାନ

ବ୍ରହ୍ମପୁର, : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବର୍ଷୀୟାନ୍ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76ତମ ଜୟନ୍ତୀ ଉପଲକ୍ଷେ ଶନିବାର ପୂର୍ବାହ୍ନରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁ ସାହିତି୍ୟକ, କବି, ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ ଯୋଗଦେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ବିଘ୍ନରାଜ ପଣ୍ଡା, ଅଖେଳ କୁମାର ସାବତ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ସାହୁ, ଡା. ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ କବିଙ୍କ କାଳଜୟୀ ସାହିତ୍ୟକୃତି ସମ୍ପର୍କରେ ଅାଲୋଚନା କରିବା ସହ ତାଙ୍କର ଗୁଣଗାନ କରିଥିଲେ ଏହି ଅବସରରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଖଲ୍ଲିକୋଟ ବିଶ୍ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର୍ ରମାରମଣ ପାଢ଼ୀ, ପ୍ରଫେସର ଉତ୍ତମା ଜେନା, କବି ବିପିନ୍ ନାୟକ, ପ୍ରଫେସର ମୋହନ ପଟ୍ଟନାୟକ, ଅାର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡ. ବିବୁଧ ରଞ୍ଜନ, ଉଚ୍ଚଶିକ୍ଷା ବିଭାଗ ଅାଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଚ୍ଚ ମାଧ୍ୟମିକ ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ କୁଳମଣି ଓଝା, ଡା. ପ୍ରଜ୍ଞା ପଣ୍ଡା, ଡ. ଶ୍ୟାମାପ୍ରସାଦ ମିଶ୍ର, ଡ. ବୃଷକେତୁ ଦାଶ, ଡା. ନଳିନୀକାନ୍ତ ମହାନ୍ତି, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ହେମାଙ୍ଗ ରାଉଳ, ମନୋରଞ୍ଜନ ଦଳେଇ, ସମରଜିତ ମହାନ୍ତି, ଡ. ଭବାନୀଶଙ୍କର ମିଶ୍ର, ରାଇରଞ୍ଜନ ନନ୍ଦ, ଦେବାଶିଷ ପାଇଁ, ସୀମାଞ୍ଚଳ ସାହୁ, କବି ପ୍ରମୋଦ କୁମାର ପଣ୍ଡା, ବଂଶୀଧର ସେଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଓଡ଼ଇା ସାହିତ୍ୟର ସମୃଦ୍ଧି ଦିଗରେ ତାଙ୍କରି ଲେଖନୀ ଚାଳନା ଜାରି ରହିଥାଉ ବୋଲି କାମନା କରିଛନ୍ତି

nis-ad
Leave A Reply

Your email address will not be published.