ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ ଅରିନ୍ଦମ…

ari

ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ବେକାରରେ ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍‌ ନୁହେଁ।

ଅରିନ୍ଦମ କହିଛନ୍ତି ଯେ, ମନୋଜ ମିଶ୍ରଙ୍କ ଉପରେ ଯଦି କିଛି ବ୍ୟାନର ଚିଠି ନାହିଁ, ତେବେ ଏହି ବିବାଦ କାହିଁକି? ଦୁଇ ଜଣଙ୍କ ଝଗଡାକୁ ନେଇ ରାଜନୀତି ହେଲାଣି। ତେଣୁ ଆମ ପରିବାରର ସମସ୍ୟା ଆମେ ସମାଧାନ କରିବା। ଅନ୍ୟପଟେ ଆମ ଇଣ୍ଡଷ୍ଟ୍ରୀକୁ ଆମେ ବଞ୍ଚେଇ ରଖିବା। ତେଣୁ ମନୋଜ ଭାଇ ଆସନ୍ତୁ, ଏବଂ ସମସ୍ୟାର ସମାଧାନ କରନ୍ତୁ।

ଅନ୍ୟପଟରେ ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମ ଓଡ଼ିଶାର ଜଣଙ୍କ ପରେ ଜଣେ ନେତା ବାହାରିବାରେ ଲାଗିଛନ୍ତି। ମନୋଜଙ୍କ ବାସନ୍ଦଙ୍କୁ ନିନ୍ଦା କରିବା ସହ ପ୍ରତ୍ୟାହାର ଦାବି କରୁଛନ୍ତି। ବାସନ୍ଦ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅଭିନେତାମାନଙ୍କ କୁଶପୁତଳିକା ଦାହ କରାଯାଉଛି। ତେବେ କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅନ୍ୟ କଳାକାର। ଏଥିରେ ରାଜନୀତି ନପୂରାଇବାକୁ ଅପିଲ କରିଛନ୍ତି ବରିଷ୍ଠ ଅଭିନେତା ଅଖିଳ ପଟ୍ଟନାୟକ। ସେହିପରି ପ୍ରଯୋଜକ ସଂଘକୁ ଏଭଳି ବିବାଦ ସୃଷ୍ଟି ନକରିବାକୁ ଅଖିଳ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମାଇଣ୍ଡଗେମ୍ ଏବଂ ରାମ୍ ଫିଲ୍ମକୁ ନେଇ ବିବାଦ ଛିଡା ହେଇଛି। ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ୍ କରାଇ ନଦେବା ଅଭିଯୋଗରେ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଛି ପ୍ରଯୋଜକ ସଂଘ। ଅନ୍ୟପଟେ ଏହି ବ୍ୟାନ୍ ପରେ ମନୋଜ ମିଶ୍ର ମଧ୍ୟ ପ୍ରଯୋଜକ ଟୁଟୁ ନାୟକଙ୍କୁ ନିଜ ତରଫରୁ ବ୍ୟାନ୍ କରିଛନ୍ତି । ଯେଉଁ ବିବାଦ କି ଏବେ ବଢିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ଅରିନ୍ଦମ ପ୍ରେସମିଟ୍ କରିବା ସହିତ ଏହି ଘଟଣାକୁ ଭୁଲି ସମାଧାନ କରିବାକୁ ମନୋଜ ମିଶ୍ରଙ୍କୁ ଆହ୍ୱାନ ଦେଇଛନ୍ତି।

nis-ad
Leave A Reply

Your email address will not be published.