ସେପଟେ ସୂଚନା ଅଧିକାର କର୍ମୀଙ୍କ ଗିରଫଦାରୀକୁ ବିରୋଧ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ବେଆଇନ ଭାବରେ ଦିଲ୍ଲୀପ ସାମନ୍ତରାୟ ଏବଂ ପ୍ରଦୀପ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ ଆଣିଛି ଓସା। ତୁରନ୍ତ ଉଭୟ ସୂଚନ ଅଧିକାର କର୍ମୀଙ୍କୁ ଖଲାସ କରିବା ସହ ଘରଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଓସା ତରଫରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଖଣି ମାଫିଆ ସହ ପୋଲିସ ପ୍ରଶାସନ ମଧୁଚନ୍ଦ୍ରିକା ରକ୍ଷା କରି ମିଥ୍ୟା ଅଭିଯୋଗ ଆଧାରରେ ସୂଚନା ଅଧିକାର କର୍ମୀ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ କହିଛନ୍ତି।