ବବି ପାଣ୍ଡିଆନ ଙ୍କ କଳି କୁ ଅପେକ୍ଷା କରିଛି ବିରୋଧୀ..!

ଦୁଇ ବିଲେଇ କଳି ରେ ମାଙ୍କଡ଼ ର ଲାଭ ହେବନି ତ…???


ଭୁବନେଶ୍ୱର: ରାଜ୍ୟ ରାଜନିତୀ ରେ ଘଡ଼ିକେ ଘୋଡ଼ା ଛୁଟୁଛି। ଭି.କେ ପାଣ୍ଡିଆନ ସ୍ବେଚ୍ଛା କୃତଭାବେ ଚାକିରୀ ରୁ ଇସ୍ତଫା ଦେବା ପରେ ରାତା ରାତି ପୁଣି ତାଙ୍କୁ ଦୁଇ ଦୁଇ ଟି ପଦବୀ ର ଦାୟିତ୍ୱ ମିଳିଛି। ଏପଟେ ଦଳରେ ବବି ଙ୍କ ପତିଆର ମଧ୍ୟ କିଛି କମ ନୁହେଁ। ଗତ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବେଳେ ବବି ଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ତାଙ୍କର ସମର୍ଥକ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା। ଦଳ ମୁଖିଆ ଯେଉଁ ସଭା ସମିତି କୁ ଯାଉଥିଲେ ସେଠାରେ ବବି ଙ୍କ ଦବ ଦବା ଦେଖିବାକୁ ମିଳୁଥିଲା। ବିଜେଡି ଦଳରେ ବବି ଙ୍କ ତୃଣ ମୂଳ ସ୍ତରରେ ସଙ୍ଗଠନ ଭଲ ରହିଛି।ସାରା ରାଜ୍ୟରେ ବିଜେଡି ରେ ଯେଉଁ ଯେଉଁ ଅଞ୍ଚଳରେ ଗୋଷ୍ଟି କନ୍ଦଳ ଲାଗିରହିଛି।ସେହି ଅଞ୍ଚଳ ର ଅଧିକାଂଶ ନେତା ମାନେ ବବି ଙ୍କ ବୋଲ ମାନି ରହିଥିବା ଚର୍ଚ୍ଚା ହେଉଛି। ପାଣ୍ଡିଆନ ଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ବବି ଙ୍କ ପତିଆର ଉପରେ ଆଞ୍ଚ ଆସିଛି ବୋଲି ଚର୍ଚ୍ଚା ଜୋର ଧରିଛି। ବବି ଜଣେ ଓଡ଼ିଆ ହୋଇଥିବା ଯୋଗୁଁ ତାଙ୍କୁ ଦଳର ରେ ଅଧିକ ଦାୟିତ୍ୱ ଦେବାକୁ ତାଙ୍କ ଗୋଷ୍ଟି କୁଆଡ଼େ ଦାବୀ କରୁଥିବା,କଥା ବିରୋଧୀ ଙ୍କ କାନରେ ପଡ଼ିବା ଯୋଗୁଁ ବିରୋଧୀ ମାନେ ମନେ ମନେ ଲଡ଼ୁ ଖାଉଥିବା ଚର୍ଚ୍ଚା ଜୋର ଧରିଛି। କାନ କୁହା କଥା ଶୁଣି ବିରୋଧୀ ମାନେ ବବି ପାଣ୍ଡିଆନ ଙ୍କ କଳି କୁ ଅପେକ୍ଷ କରିଛନ୍ତି। କ୍ଷମତା ଲଢ଼େଇ ରେ ବିଜେଡି ର ଗୋଷ୍ଟି କନ୍ଦଳ ର ଫାଇଦା ବିଜେପି ଓ କଂଗ୍ରେସ କିପାରି ଉଠାଉଛନ୍ତି।ଏବେ ବିଜେଡି ର ମୁଖିଆ କାହାକୁ ନିର୍ବାଚନୀ ଦାୟିତ୍ୱ ଦେଉଛନ୍ତି। ଉଭୟ ଗୋଷ୍ଟି ର ସମର୍ଥନ ରେ ଥିବା କେଉଁ କେଉଁ ବିଧାୟକ ଙ୍କୁ ଟିକେଟ ମିଳିବ ତାହାକୁ ନେଇ ରାଜନୈତିକ ମୋହଲ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.