ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଓଡ଼ିଆ ଝିଅ ସ୍ବାତୀ ନାୟକ

rewdfs

ନୂଆଦିଲ୍ଲୀ: କୃଷି ଓ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲିପାଇନସ୍ଥିତ ସିଜିଆଇଆର- ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଓଡ଼ିଶାର ଯୁବ ବୈଜ୍ଞାନିକ ଡ.ସ୍ବାତୀ ନାୟକଙ୍କୁ ଆଜି ଆମେରିକାର ଲୋୱା ସହରରେ ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ବିଶ୍ବର ସମ୍ମାନଜନକ ନର୍ମାନ ଇ ବୋର୍ଲାଗ ଫିଲ୍ଡ ପୁରସ୍କାର -୨୦୨୩ ରେ ସମ୍ମାନିତ କରାଯାଇଛି।

ଡ.ନାୟକ ତୃତୀୟ ଭାରତୀୟ ତଥା ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ଦଶ ହଜାର ୟୁଏସ ଡଲାରର ଅର୍ଥରାଶି ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ସମାରୋହ ଅବସରରେ ଡ.ନାୟକ ନର୍ମାନ ଇ ବୋର୍ଲାଗ ଇଣ୍ଟରନ୍ୟାସନାଲ ଡାଇଲଗ ସଂପର୍କିତ ଆଲୋଚନାଚକ୍ରରେ ଭାଗ ନେଇଥିଲେ।

ଉଲ୍ଲେଖଯୋଗ୍ୟ, କୃଷି କ୍ଷେତ୍ରରେ ବ୍ୟବହୃତ ଗ୍ରାମ୍ୟସ୍ତରରେ କରାଯାଇଥିବା ଅଭିନବ ପଦ୍ଧତ୍ତିଗୁଡିକର ଆବିଷ୍କାର ଏବଂ ଜାତୀୟସ୍ତରରରେ ଏହାକୁ ପ୍ରୋତ୍ସାହିତ କରିବାରେ ସ୍ବାତୀ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି। ‘ବିହନ ଦିଦି’ ଭାବେ ଦେଶ ଓ ବିଦେଶରେ ପରିଚିତ ସ୍ବାତୀ ସହଭାଗୀ ଧାନଠାରୁ ଆରମ୍ଭ କରି ୫୦୦ରୁ ଅଧିକ ଧାନ ବିହନ ଉପରେ ଗବେଷଣା କରିଛନ୍ତି। ଏଥି ସହିତ ୨୦ରୁ ଅଧିକ ଅମଳକ୍ଷମ ବିହନ ସହିତ ୧୦ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷଣ ତଥା ଫିଲ୍ଡ ଭିଜିଟରେ ତାଙ୍କର ସଂପୃକ୍ତି ରହିଛି। ପୁରସ୍କାର ଗ୍ରହଣ କରିବା ପରେ ଡ.ନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

nis-ad
Leave A Reply

Your email address will not be published.