ସଂଧ୍ୟାରେ ସେମାନେ ଏକ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ଜଣ ଯୁବକ ସେମାନଙ୍କୁ ଅକଟାଇଥିଲେ। ସ୍ବାମୀଙ୍କୁ ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କ ଠାରୁ ୨ଟି ମୋବାଇଲ ଛଡାଇନେଇଥିଲେ।
ପରେ ମହିଳାଙ୍କୁ ୫ଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାକୁ ମୋବାଇଲରେ ରେକର୍ଡ କରିବା ସହ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏକ ମୋବାଇଲ ନମ୍ବରରେ ୟୁପିଆଇ ଜରିଆରେ ୧୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ।
ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଭୂବନରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଢେ଼ଙ୍କାନାଳ ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।