ତେଣୁ ପ୍ରଶାସନର ବାରଣ ସତ୍ୱେ ମଧ୍ୟ ଆଜି ହଜାର ହଜାର ମାନସିକଧାରୀ ବଳି ପକାଉଥିବା ଦେଖିବାକୁ ମିଳିଛି । ପୁରା ରକ୍ତ ରଞ୍ଜିତ ହୋଇପଡିଛି ମାଆଙ୍କ ପୀଠ । ମା’ ମାଣିକେଶ୍ୱରୀଙ୍କ ଛତର ଦର୍ଶନ କରିବା ସହ ଆଶୀର୍ବାଦ ନେବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଚଳିତବର୍ଷ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ବହୁ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post