ନେପାଳର ବାଜମତି ଓ ଗଣ୍ଡାକି ପ୍ରଦେଶର ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଭାରତର ଦିଲ୍ଲୀ-ଏନ୍ସିଆରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ନେପାଳ ହେଉଛି ବିଶ୍ୱର ଏକଦଶତମ ସର୍ବାଧିକ ଭୂକମ୍ପପ୍ରବଣ ରାଷ୍ଟ୍ର। ୨୦୧୫ ମସିହାରେ ନେପାଳରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ହଜାରରୁ ଅଧିକ ଆହତ ହୋଇଥିଲେ।