ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର…

ଦାରିଙ୍ଗବାଡି,୨୦/୧୦ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ୧୦୭ ଜଣ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ନେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୫୫ ଜଣ ତାଲିମ ନେଇଥିଲେ। ୫ଟି ଅଧୀନରେ ଯେଉଁ ସ୍କୁଲ ଗୁଡ଼ିକ ରୂପାନ୍ତରିକରଣ ହୋଇଛି ସେହି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏହି ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷକ ଭାବେ ଫୁଲବାଣୀ ବିଇଓ ରଞ୍ଜନ କହଁର, ବାଲିଗୁଡ଼ା ବିଇଓ ମହେଶ୍ବର ମାଝୀ ଓ ସର୍ବଶିକ୍ଷା ଅଭିଯାନର ପ୍ରୋଗ୍ରାମର ଶେଖର ବେହେରା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ । ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କ ତତ୍ୱାବଧାନ କ୍ରମେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଗୋଷ୍ଟି ସମ୍ବଳ ଶିକ୍ଷକ ମାନସ ଷଡ଼ଙ୍ଗୀ, ଗ୍ରୀନବାଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଝୁନୁରାଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.