ବିଚରା ଏଠାରେ ଏଣ୍ଡୁଅ ହେଉଛି ବଦନାମ …..!
ବ୍ରହ୍ମପୁର: ୧୯-୧୦ ଗଞ୍ଜାମ ଜିଲ୍ଲାରେ ଦଶହରା ର ମାହୋଲ ଏବେ ସରଗରମ ଏପଟେ ପୋଲିସ ବାବୁ ମାନଙ୍କ ପକେଟ ଗରମ ବୋଲି ସବୁ ଆଡ଼େ ଚର୍ଚ୍ଚା ହେଉଛି। ବର୍ଷ ସାରା ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ଜୁଆ ଆଡ୍ଡା ସତର୍କତା ସହିତ ବିଭିନ୍ନ ସ୍ଥାନରେ ଚାଲିଥାଏ। ଏହି ଜୁଆ ଆଡ୍ଡା ଗୁଡ଼ିକ କୁ କେତେକ ପୋଲିସ ବାବୁ ଙ୍କ ଇଶାରା ରେ ଚାଲିଥିବା ବେଳେ ଆଉ କେତେକ ଜୁଆ ଆଡ୍ଡା ବେଆଇନ ଭାବେ ଚାଲିଥିବା ନେଇ ଆଲୋଚନା ହୁଏ। ଯେଉଁ ଜୁଆ ଆଡ୍ଡା ଇସାରାରେ ଚାଲେ ସେଠାରୁ ଭଲ କମିଶେନ ଆସେ। ଯେଉଁ ଜୁଆ ଆଡ୍ଡା ବିନା ମ୍ୟାଚ ଫିକ୍ସିଂଙ୍ଗ ରେ ଚାଲେ ସେଠାରେ ଚଢ଼ାଉ କରିଲେ ଯାହା ମଧ୍ୟ ଟଙ୍କା ଜବତ କରାଯାଏ ତହିଁରୁ ବହୁ ଟଙ୍କା ଭାଗୁଡ଼ି ହୁଏ ବୋଲି ଚର୍ଚ୍ଚା ହୁଏ। ଜବତ ଟଙ୍କା କୁ ଚତୁରତାର ସହ ବାଟମାରଣା କରାଯାଏ ଏଠାରେ ବିଚରା ଏଣ୍ଡୁଅ ବଦନାମ ହୁଏ ଖବର ପ୍ରକାଶ କରି ବୋଲି ଆଲୋଚନା ହେଉଛି। ଦଶହରା ଯୋଗୁଁ ଜୁଆଡ଼ି ମାନେ ସକ୍ରିୟ ହୋଇ କେଉଁଠି ଖେଳ ଚାଲିଛି, କେଉଁ ସ୍ଥାନ ସୁରକ୍ଷିତ ଦେଖି ଜୁଆ ଆଡ୍ଡା ରେ ଡେରା ପକାଉଥିବା ଦେଖିବାକୁ ମିଳୁଛି। ଜୁଆ ଆଡ୍ଡା ଚଲାଉଥିବା ବ୍ୟକ୍ତି ପୋଲିସ ର ଗତିବିଧି ପାଇଁ ବିଭିନ୍ନ ଛକ ଯାଗା ମାନଙ୍କ ରେ ବେକାରୀ ଯୁବକ ମାନଙ୍କୁ ସଜାଗ ରଖି।ମୋବାଇଲ ରେ ଯୋଗା ଯୋଗ କରି ଏହି ସବୁ ଆଡ୍ଡା ଚଲାଉଥିବା ଶୁଣିବାକୁ ମିଳୁଛି। ସହର ର ଗୁପ୍ତ ଆପାର୍ଟମେଣ୍ଟ , ଜନବସତି ଅଞ୍ଚଳ ରେ ଭଡ଼ା ଘର ନେଇ ଏହି ସବୁ ଜୁଆ ଆଡ୍ଡା ଚାଲିଛି। ଦଶହରା ର ଆଳ ଦେଖାଇ ବିଭିନ୍ନ ଦପ୍ତର,ବ୍ୟବସାୟ ପ୍ରତିଷ୍ଠାନ, ମଦଭାଟି ବିଦେଶୀ ମଦ ଦୋକାନ କୁ ଟାର୍ଗେଟ କରି ବଡ଼ ବାବୁ ଙ୍କ ଇଶାରା ରେ ମାମୁଲି ଆଣିବାରେ ଛୋଟ କର୍ମଚାରୀ ମାନେ ଏବେ ଭାରି ବ୍ୟସ୍ତ ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହି ସବୁ ଧରାପଗଡ଼ ଘଟଣା କୁ ଜୁଆ ଆଡ୍ଡା ରେ ଧରା ପଡିଥିବା ଭଦ୍ର ଵ୍ୟକ୍ତି ମାନେ କେତେ ଟଙ୍କା ଜବତ ହେଲା ସତ ବଖାଣୁଛନ୍ତି।ଏବେ ବିଚରା ଏଣ୍ଡୁଅ ବଦନାମ ହେବା ଓ ମୁଣ୍ଡ ହଲାଇବା ଶାର ହୋଇଛି। ବର୍ତମାନ ସବୁ ଥାନାରେ ବ୍ୟବସାୟୀ, ମଦ ଓ ବାଲି ମାଫିଆ ମାନଙ୍କ ଭିଡ କାରଣ ହେଉଛି ଦଶହରା ମାମୁଲି l କେଉଁ ଥାନାକୁ କେତେ ତାହାବି ହିସାବ ହୁଏ ଯାହାକି କିଛି ସ୍ୱଚ୍ଛ ପୋଲିସ ଅଧିକାରୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି l ପାର୍ବଣ ଆସିଲେ ପୋଲିସ ବାବୁ ମାନଙ୍କ ଚେହେରା ରେ ଚମକ ଆସିଯାଏ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l