କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍‌ : ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ

naveen cm

ଭବାନୀପାଟଣା  : କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍‌। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌। ମାସ ଶେଷ ସପ୍ତାହରେ ବସ୍‌ଗୁଡିକ କଳାହାଣ୍ଡିରେ ପହଞ୍ଚିବ। କଳାହାଣ୍ଡି ଜିଲାର ୧୩ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳକୁ ୫୦ଟି ବସ୍‌ ପ୍ରତ୍ୟହ ସ୍ଥାନୀୟ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ସ୍ଥାନୀୟ ବ୍ଲକ ମୁଖ୍ୟାଳୟରୁ ୧୩ଟି ବସ୍‌ ପ୍ରତ୍ୟହ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରିବ।

ଏହି ବସ୍‌ରେ ଯାତ୍ରା ପାଇଁ ଶୁନରୁ ୧୦ କି.ମି. ଯାଏଁ ଯାତ୍ରୀଙ୍କୁ ମାତ୍ର ୫ ଟଙ୍କା ଦେବାକୁ ପଡିବ। ସେହିପରି ୧୧-୨୦ କି.ମି. ୧୦ ଟଙ୍କା, ୨୧-୪୧ କି.ମି. ୧୫ଟଙ୍କା, ୪୧-୬୦ କି.ମି. ୨୫ ଟଙ୍କା ଓ ୬୧-୮୦ କି.ମି. ୩୦ଟଙ୍କା ଦେବାକୁ ପଡିବ। ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହି ବସ୍‌ ପାଇଁ ଷ୍ଟପେଜ ବ୍ୟବସ୍ଥା ମଧ୍ୟ ରହିବ। ଏହାଦ୍ୱାରା ଯାତ୍ରୀମାନେ କମ୍‌ ଖର୍ଚ୍ଚାନ୍ତରେ ନିଜ ଅଞ୍ଚଳରୁ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ଯାତାୟାତ କରିପାରିବେ।
ବସ୍‌ ଚଳାଚଳ କରିବା ପରେ ଜିଲାର ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହେବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଗତିକୃଷ୍ଣ ସାମନ୍ତରାୟ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.