ସ୍ୱାଭିମାନ ପାଇଁ ଶେଷର ଇସ୍ତଫା ଦେଲେ ପ୍ରଶାସନିକ ଅଧିକାରୀ…

କୁଆଁର ମୁଣ୍ଡା ତହସିଲଦାର ଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ନାଲି ଆଖି…!


କୁଆଁରମୁଣ୍ଡା :୧୭ -୧୦ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୁଆଁରମୁଣ୍ଡା ତହସିଲଦାର ରାଜେଶ କୁମାର ସାହୁ ଆଜି ନିଜ ଚାକିରି ରୁ ଇସ୍ତଫା ଦେଇଛନ୍ତି। ସ୍ୱାଭିମାନ ଉପରେ ଆଞ୍ଚ ଆସିବାରୁ ଶେଷରେ ଚାକିରୀ ଛାଡ଼ିଲେ ଜଣେ ସଚୋଟ୍ଟ ଓ ଇମାନନ୍ଦାର ତହସିଲଦାର।ସୂଚନା ଥାଉକି ଡକ୍ଟର ରାଜେଶ କୁମାର ସାହୁ ବରଗଡ଼ ରୁ କୁଆଁରମୁଣ୍ଡା ତହସିଲଦାର ଭାବେ ୨୦୨୧ ଆସିଥିଲେ। ସେ ଆସିବା ପରଠାରୁ ଦାୟିତ୍ୱ ବାନ ସହ କାର୍ଯ୍ୟ କରିବା ସହ ସରକାର ଙ୍କ ପାଇଁ ରେକର୍ଡ ଭାବେ ରାଜସ୍ୱ ଆଦାୟ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଜେ.ଏନ.ୟୁ ର ମେଧାବୀ ଛାତ୍ର ଥିଲେ ସେ ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ବେଶ ଜଣା ଶୁଣା ରହି ଆସିଥିଲେ ତାଙ୍କର ହଠାତ ଇସ୍ତଫା ପାଇଁ ଆଜି କୁଆଁରମୁଣ୍ଡା ଅଞ୍ଚଳ ର ଲୋକେ ଝୁରୁଛନ୍ତି। ଶୁଣିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ା. ଗାଭାଲି ପାରାଗ ହର୍ଷଦ କୁଆଡ଼େ ଚଢ଼ା ଗଳା ରେ ନାଲି ଆଖି ଦେଖାଇ କୁଆଁରମୁଣ୍ଡା ତହସିଲଦାର ଙ୍କୁ ତାଗିଦ କରିବାରୁ ନିଜର ସ୍ୱାଭି ମାନ ଉପରେ ଆଞ୍ଚ ଆସିବାରୁ ସେ ଚାକିରୀ ରୁ ଇସ୍ତଫା ଦେଇଛନ୍ତି ବୋଲି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଜିଲ୍ଲାପାଳ ଙ୍କ ନାଲି ଆଖି ଓ ତାଗିଦ କୁ ବରଦାସ୍ତ କରିନପାରି ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଚାକିରୀ ଛାଡିବାକୁ ବାଧ୍ୟ ହେଲେ ବୋଲି ଚର୍ଚ୍ଚା ହେଉଛି। ଚାନ୍ଦିପୋଷ ବାଲିଘାଟ କୁ କଣ୍ଟ୍ରୋଲ କରୁଥିବା ମାଫିଆଙ୍କ ଇଙ୍ଗିତରେ ଆସି ବାବୁ ନାଲି ଆଖି ଦେଖାଇ ଚଢ଼ା ଗଳାରେ କହିବା ତହସିଲଦାର ବରଦାସ୍ତ କରିପାରିଲେ ନାହିଁ ବୋଲି କୁଆଁରମୁଣ୍ଡା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ହୋଇଛି। ମାର ମାର ତ ଭଣ୍ଡାରି କୁ ମାର ନୀତିରେ ତହସିଲଦାର ବଳି ପଡ଼ିଲେ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି। ଏବେ ସାରା ରାଜ୍ୟରେ ଅଧିକାଂଶ ସରକାରୀ କାର୍ଯ୍ୟଳୟ ରେ ଦୁର୍ନୀତି ଚରମସୀମା ରେ ପହଞ୍ଚି ଗଲାଣି। ଆଜିକାଲି ଆଉ ସଚୋଟ୍ଟ ଅଫିସର ଙ୍କ ଯାଗା ନାହିଁ। ଯିଏ ଯେତେ ଦୁର୍ନୀତି କରିବ ତାର ପଦୋନ୍ନତି ସେତେ ହେବ ଯାହା ଆଜିର ଏହି ଇସ୍ତଫା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ଏବେ ରାଜ୍ୟରେ ବାଲି,ପଥର ଖାଦାନ ରେ ଅଧିକାରୀ ଙ୍କ ଆଶୀର୍ବାଦ ରେ ମାଫିଆ ମାନଙ୍କ ରାଜ୍ ଚାଲିଛି। ଏହି ଘଟଣା କୁ ଖୋଦ ମୁଖ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଗୁରୁତର ସହ ବିଚାର ନ କଲେ ଆଗାମୀ ଦିନରେ ଦୁର୍ନୀତି ଖୋର ବାବୁଙ୍କ ଶାସନ ଚାଲିବ ବୋଲି ଚର୍ଚ୍ଚା ହେଉଛି।ଏଠାରେ ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ବଣେଇ ଅଞ୍ଚଳ ରେ ଅନେକ ଅଫିସର ଙ୍କ ଦୁର୍ନୀତି ବାଟରୁ ଯାଇ ହାଟରେ ପଡୁଛି ତଥାପି ଜିଲ୍ଲା ପ୍ରଶାସନର ଓ ରାଜ୍ୟପ୍ରଶାସନ ର ଗେଲ୍ହା ପୁଅ କହିଲେ କିଛିବି ଭୁଲ ହେବ ନାହିଁ l ଅଞ୍ଚଳ ରେ ଥିବା ଅନେକ ଦୁର୍ନୀତି ଖୋର ତହସିଲଦାର ମାନଙ୍କ ଦୁର୍ନୀତି କୁ ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଉଛି ସେଠାରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଚୁପ ବସିଛି କିନ୍ତୁ ସୋଚଟ ଓ ଇମାନଦାର ଅଫିସର ମାନେ ଆକ୍ରୋଶ ର ଶିକାର ହୋଇ ସ୍ୱାଭିମାନ ପାଇଁ ଚାକିରୀ ଛାଡ଼ନ୍ତି l ସେ ଯାହାବି ହେଉ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟ ଜନ ସାଧାରଣ ଏକ ମେଳାପୀ ସଚୋଟ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି…

nis-ad
Leave A Reply

Your email address will not be published.