୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ବନ୍ଦି ଥିବା ମହାଠକ ସୁକେଶ ଆସନ୍ତାକାଲି ଠାରୁ କରିବ ନବରାତ୍ରୀ ବ୍ରତ। ସେ ଜ୍ୟାକ୍ଲିନ୍ଙ୍କ ପାଇଁ ଏହି ବ୍ରତ ରଖିବ ବୋଲି ଚିଠିରେ କହିଛି। କେବଳ ସେତିକି ନୁହେଁ ସେ ଜ୍ୟାକ୍ଲିନ୍ଙ୍କୁ ବେବି ବୋମ୍ମା କହିବା ସେ ବଲିଉଡର ଜଗତର ସବୁଠାରୁ ସୁନ୍ଦରୀ ସ୍ତ୍ରୀ ବୋଲି କହିଛି। ଏଥିସହ ସହ ପ୍ରଥମ କରି ସେ ଜ୍ୟାକ୍ଲିନ୍ଙ୍କ ପାଇଁ ୯ ଦିନର ଉପବାସ କରିବାକୁ ଯାଉଥିବା ଚିଠିରେ କହିଛି ସୁକେଶ।
ସେ ଆହୁରି କହିଛି, ‘ମୁଁ ମାତା ବୈଷ୍ଣୋ ଦେବୀ ମନ୍ଦିର ଏବଂ ମହାକଲେଶ୍ୱର ମନ୍ଦିରରେ ମୁଁ ମୋ ବାଘୁଣୀ ଜ୍ୟାକ୍ଲିନ୍ ଏବଂ ମୋ ପାଇଁ ଏକ ସ୍ୱତନ୍ତ୍ର ପୂଜା ଆଳତୀ ଆୟୋଜନ କରୁଛି। ଆମେ ଦୁହେଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପରସ୍ପର ସହିତ ରହିବା। ସମାଲୋଚକମାନଙ୍କୁ ଦେଖାଇଦେବା ଯେ ସେମାନେ ସମସ୍ତେ ଭୁଲ୍ ଥିଲେ।’
ସୁକେଶ ନିଜ ଓକିଲ ଜରିଆରେ ଏହି ଚିଠିକୁ ଜାରି କରିଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେରକୁ ଗିରଫ କରି ପ୍ରଥମେ ଦିଲ୍ଲୀ ତିହାର ଜେଲ୍ରେ ରଖାଯାଇଥିଲା। ଏହାପରେ ତାକୁ ଏବେ ଦିଲ୍ଲୀର ମଣ୍ଡୋଲା ଜେଲରେ ରଖାଯାଇଛି। ଏହି ଠକେଇ ମାମଲାର ସୁକେଶର ସ୍ତ୍ରୀକୁ ମଧ୍ୟ କରି ସେହି ଜେଲ୍ରେ ରଖାଯାଇଛି।