ରାଜ୍ୟ ସରକାର ଙ୍କ ଅଜଵନୀତି :ରାଜସ୍ୱ ଆଦାୟ କରୁଥିବା ତହସିଲଦାର ଜଙ୍ଗଲ ଜଗୁଛନ୍ତି- ରଙ୍ଗିଲା ତହସିଲଦାର ନାଲି ବତୀରେ ବୁଲୁଛନ୍ତି..!

ରାଉରକେଲା ତହସିଲଦାର କାହାର ଗେଲ୍ହା ପୁଅ…


ସୁନ୍ଦରଗଡ଼ // ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରେ ଚୋରା ବାଲି ଚାଲାଣ ଯୋଗୁଁ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି, ଯାହାକୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଲେ ମଧ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଚେତା ପଶୁନି l ଅନୁସନ୍ଧାନ ରୁ ଜଣା ପଡିଛି ଜଣେ ତହସିଲଦାର ରାଜସ୍ୱ ଆଦାୟ ରେ ବ୍ୟସ୍ତ ଆଉ ଜଣେ ନିଜ ପକେଟ ଭର୍ତ୍ତି କରିବାରେ ବ୍ୟସ୍ତ। ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲାର ବଣେଇ ସବ ଡିଭିଜନ ର ଗୁରୁଣ୍ଡିଆ ତହସିଲ ହେଉଛି, ଏକ ମାଓ ପ୍ରବଣ ଓ ଘଞ୍ଚ ଜଙ୍ଗଲ ରେ ଅବସ୍ଥିତ।ଏହି ଘଞ୍ଚ ଜଙ୍ଗଲ ରେ ଜଣେ ମହିଳା ତହସିଲଦାର ଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଉଛନ୍ତି, ଲେଡ଼ି ସିଂଙ୍ଗମ ତହସିଲଦାର ସାଧବୀ ଦେଉରିଆ।ଏହି ମହିଳା ତହସିଲଦାର ଦାଇତ୍ୱ ନେବା ପରଠାରୁ କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ ସରକାର ଙ୍କ ଖାତାକୁ ଯାଉଛି। ମାଓ ପ୍ରବଣ ଅଞ୍ଚଳ ସାଙ୍ଗକୁ ଘଞ୍ଚ ଜଙ୍ଗଲ ହୋଇଥିଲେ ମଧ୍ୟ ମେଡମ ଙ୍କ ଗାଡ଼ିରେ ନା ଅଛି, ନଳିବତୀ ନା ଅଛିନ୍ତି, ସୁରକ୍ଷା କର୍ମଚାରୀ।୨୦୨୧/୨୨ ରେ ୨ କୋଟି ୯୩ ରାଜସ୍ୱ ଆଦାୟ ହୋଇଥିଲା ବେଳେ ୨୦୨୨ /୨୩ ରେ ୨ କୋଟି ୧୩ ଲକ୍ଷ ଟଙ୍କା ଆଦାୟ ହୋଇଛି। ସାଧବୀ ଦେଉରିଆ ଦାଇତ୍ୱ ନେବା ପରଠାରୁ ୨୦୨୨ /୨୩ ରେ ୧୧୧ ଟି ମାମଲା ରୁଜୁ ହୋଇଛି।ସେଥି ମଧ୍ୟରୁ ୫୮ ଟି ମାମଲା ବିନା କାଗଜ ପତ୍ର ରେ ଚାଲାଣ ବେଳେ ଧରାପଡିଛି,ଓ ଜରିମାନା ମଧ୍ୟ ଆଦାୟ ହୋଇଛି। ଅନ୍ୟ ଦିଗକୁ ଦୃଷ୍ଟି ଦେଲେ ତହସିଲଦାର କେଇଁ ପରିସ୍ଥିତି ଦେଇ ଗତି କରୁଛନ୍ତି ଯାହାକି ସେଠାରେ ପିଅନ ଟିଏ ବି ରାଜ୍ୟ ପ୍ରଶାସନ ଦେଇ ନାହାନ୍ତି ଏହି ତହସିଲ ଅଞ୍ଚଳ କୁ ଜିଲ୍ଲା ପାଳଙ୍କ ପାଦ ବି ପଡିନି କହିଲେ ଚଳେ ଜରାଜୀର୍ଣ ଅବସ୍ଥା ରେ ତହସିଲ ଅଫିସ କହିଲେ ଚଳେ, ଭଗବାନ ଙ୍କ ଭରଷା ରେ ଏଠାରେ କାର୍ଯ୍ୟରତ ତହସିଲଦାର ଓ ତାଙ୍କ କର୍ମଚାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ରୁ କେବେ ବି ହଟିନଥିବା ଦେଖିବାକୁ ମିଳୁଛି କିନ୍ତୁ ସେହି ଦୃଷ୍ଟି ରୁ ଦେଖିବାକୁ ଗଲେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ କୁଆଡ଼େ ବାଲି ମାଫିଆ, ଖଣି ମାଫିଆ ଙ୍କ ସହ ହାତକୁ ହାତ ମିଶାଇ। ମାଫିଆଙ୍କ ସହିତ ପାର୍ଟନେର ହୋଇ ବାବୁ ମୁଠା ମୁଠା ଟଙ୍କାର ମାଲିକ ହୋଇଛନ୍ତି, ବୋଲି ସବୁ ଆଡ଼େ ଚର୍ଚ୍ଚା ହେଉଛି।

ବାବୁ କୁଆଡେ ଶୁଣିବାକୁ ମିଳୁଛି ସରକାର ଓ ପ୍ରଶାସନ ର ଗେଲ୍ହା ପୁଅ, ବାବୁଙ୍କ ଗାଡ଼ିରେ ନାଲିବତୀ ଲାଗିବା ସହ ପାର୍ଟନର ମାନଙ୍କ ଗାଡିକୁ ସୁରକ୍ଷା ଦେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳ କୁ ନେବାରେ ସାହାଯ୍ୟ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଲେଡ଼ି ସିଙ୍ଘମ ମେଡମ ସରକାର ଙ୍କ ରାଜସ୍ୱ ରେ ପକେଟ ଭର୍ତ୍ତି କରୁଥିବା ବେଳେ ଭାଗୁଆଳି ବାବୁ ରାଉରକେଲା ତହସିଲଦାର ନାଲି ବତୀ ଲଗାଇ ନିଜର ପକେଟ ଭର୍ତ୍ତି କରୁଥିବା ଆଲୋଚନା ହେଉଛି। ରାଉରକେଲା ର ପ୍ରଧାନ ପାଲି, ତରକେରା ବାଲି ଘାଟରେ ଜେସିବି ଦ୍ୱାରା ବାଲି ଖନନ କରି ଦୈନିକ ସହ ସହ ଗାଡ଼ିରେ ଚୋରା ବାଲି ଚାଲାଣ ହେଉଛି।ଏହି ସବୁ ବାଲି ଘାଟରେ ବାବୁଙ୍କ ଆଶୀର୍ବାଦ ଓ ମାଫିଆ ପ୍ରୀତି ଓ ନିଜର ସ୍ୱାର୍ଥ ପାଇଁ ସରକାର ର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଚର୍ଚ୍ଚା ହେଉଛି। ସରକାରୀ ନିୟମ କୁ ବେଖାତିର କରି ବାବୁ ଏଠାରେ ନିଜର ନିୟମ କରି ବାଲୁଘାଟ ଓ ପଥର କୁଆରୀ ଚଲାଇଛନ୍ତି ଏପରକି କିଛି ବାଲି ମାଫିଆ ପ୍ରତି ଏହତକ ଅନୁକମ୍ପା ରହିଛି ଏବଂ ଶୁଣିବାକୁ ମିଳୁଛି ରାଉରକେଲା ତହସିଲଦାର ଅଞ୍ଚଳ ରେ ଥିବା ସବୁ ବାଲୁଘାଟ ରେ ଭାଗୁଆଳି ଅଛନ୍ତି ଏହାବି ଅନୁସନ୍ଧାନ ସଫେକ୍ଷ l ବାବୁ ସବୁ ବେଳେ ଶିତତାପ ନିୟନ୍ତ୍ରଣ କୋଠରୀ ରେ ଜୀବନ ବିତାଉ ଥିବା ବେଳେ ମେଡମ ବଣ ଜଙ୍ଗଲ ରେ ମଶା ମାରିବା ସାର ହେଉଛି ବୋଲି କର୍ମଚାରୀ ମାନେ ମଧ୍ୟ ଆଲୋଚନା କରୁଛନ୍ତି। ଏହି ଦୁର୍ନୀତି ସମ୍ପର୍କରେ ରାଉରକେଲା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚେର ଲମ୍ବିଛି ବୋଲି ଅଭିଯୋଗ ହେଉଛି, ସରକାରୀ ନିୟମ ଏଠାରେ ଧର୍ମକୁ ଆଖି ଠାର କହିଲେ ଚଳେ ବାବୁଙ୍କ ଜରିଆରେ ବାଲି ମାଫିଆ ମାନେ GST ମଧ୍ୟ ଫାଙ୍କୁ ଥିବା ଦେଖିବାକୁ ମିଳୁଛି । ତୃତୀୟ ମହଲା କୁ ଖୁସ କରି ରାଉରକେଲା ତହସିଲଦାର ରାଜକୀୟ ଜୀବନ ବିତାଉ ଥିବା ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଯଦି କିଏ ମୁହଁ ଖୋଲିଲେ ହତ୍ୟା ଧମକ ଓ ଅପହରଣ, ଭୟ ରେ ସାଧାରଣ ଜନତା ଚୁପ ହେବାକୁ ବାଧ୍ୟ କରାଯାଉଛି l ଏହି ହାଇ ପ୍ରୋଫାଇଲ ଘୋଟାଲା କୁ ଦୁର୍ନୀତି ନିବାରଣ ବିଭାଗ, GST, ଏବଂ ED ପକ୍ଷରୁ ଅତର୍କିତ ଚଢ଼ାଉ କଲେ କୁବେର ବାବୁ ଙ୍କ ଅସଲ ମୁଖା ଖୋଲିବ ବୋଲି ଚର୍ଚ୍ଚା ହେଉଛି।l

nis-ad
Leave A Reply

Your email address will not be published.