ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ…

3-54

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯ ବିଲିୟନ ଡ଼ଲାର ଅଟେ। ତେବେ ଇସ୍ରାଏଲକୁ ବିଶ୍ୱର ଷ୍ଟାର୍ଟଅପ କମ୍ପାନୀଗୁଡିକର ହବ୍‌ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଭାରତ ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶର କମ୍ପାନୀଗୁଡିକ ଇସ୍ରାଏଲରେ ଏକ୍ସପୋଜ କରିଛନ୍ତି। ଭାରତର ପ୍ରାୟ ଟପ୍‌ ୧୦ କମ୍ପାନୀ ଇସ୍ରାଏଲରେ ନିବେଶ କରିଛନ୍ତି। ଏଥିମଧ୍ୟରେ ଟିସିଏସ, ଇନଫୋସିସ, ୱିପ୍ରୋ, ଆଦାନୀ ବନ୍ଦର, ଏସବିଆଇ, ଲାରସେନ ଆଣ୍ଡ ଟୁବ୍ରୋ, ଭାରତ ଫୋର୍ଜ ଏବଂ ସନ ଫାର୍ମା ଭଳି କମ୍ପାନୀ ରହିଛି।

ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସାମରିକ ତାଲିମ ବାଧ୍ୟତାମୂଳକ। ହମାସ ଆକ୍ରମଣ ପରଠାରୁ ଦେଶର ପ୍ରତିରକ୍ଷା ବାହିନୀ ୩୦୦,୦୦୦ରୁ ଅଧିକ ରିଜର୍ଭ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ସେନା, ବାୟୁସେନା ଏବଂ ନୌସେନାରେ ୧୫୦,୦୦୦ ସଦସ୍ୟ ଅଛନ୍ତି। ଏଥିସହ ଇସ୍ରାଏଲର ରିଜର୍ଭ ଫୋର୍ସରେ ୪୫୦,୦୦୦ ସଦସ୍ୟ ଅଛନ୍ତି। ଏଥିମଧ୍ୟରେ ଶିକ୍ଷକ, ବୈଷୟିକ କର୍ମୀ, ଷ୍ଟାର୍ଟଅପ ଉଦ୍ୟୋଗୀ, କୃଷକ, ଓକିଲ, ଡାକ୍ତର, ନର୍ସ, ପର୍ଯ୍ୟଟନ ସହ ଜଡିତ ଲୋକ ଏବଂ କାରଖାନା କର୍ମଚାରୀ ଅନ୍ତର୍ଭୁକ୍ତ। ସିଏନବିସି ରିପୋର୍ଟ ଅନୁଯାୟୀ, ଯିରୁଶାଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଆୟାଲ ଶୀତ କହିଛନ୍ତି, ଏହି ଯୁଦ୍ଧ ଇସ୍ରାଏଲର ଅର୍ଥନୀତିରେ ଖୁବ୍‌ ପ୍ରଭାବ ପକାଇବାକୁ ଯାଉଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଇସ୍ରାଏଲର ରପ୍ତାନି ୧୬୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଇସ୍ରାଏଲରୁ ସବୁଠାରୁ ବେଶୀ ରପ୍ତାନି କରୁଛି ୟୁରୋପରେ। ଏହା ପରେ ଆମେରିକା ଏବଂ ଏସିଆ ତାଲିକାରେ ରହିଛି। ସେହିପରି ରାସାୟନିକ କ୍ଷେତ୍ର ଯାହା ଇସ୍ରାଏଲ ପାଇଁ ରପ୍ତାନୀର ମୁଖ୍ୟ ଉତ୍ସ ଅଟେ। ଏଥିରେ ମଧ୍ୟ ଖୁବ୍‌ ପ୍ରଭାବ ପକାଇପାରେ।

ଏହି ସପ୍ତାହରେ ଏପର୍ଯ୍ୟନ୍ତ ଇସ୍ରାଏଲର ଷ୍ଟକ ଇଣ୍ଡେକ୍ସ ୬ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଯୁଦ୍ଧ ପରେ ବୈଷୟିକ କ୍ଷେତ୍ରରେ ଅଭିବୃଦ୍ଧି ହେବାର ଆଶା ରହିଛି। ଆମେରିକାର ପ୍ରତ୍ୟେକ ଟେକ କମ୍ପାନୀ ଇସ୍ରାଏଲରେ ନିବେଶ କରିଛନ୍ତି। ଏଥିମଧ୍ୟରେ ମାଇକ୍ରୋସଫ୍ଟ, ଆଲଫାବେଟ, ଆପଲ ଏବଂ ଓରାକଲ ଅନ୍ତର୍ଭୁକ୍ତ।

nis-ad
Leave A Reply

Your email address will not be published.