‘ଆଜି ଭାରତର ଶକ୍ତି ଦେଖୁଛି ସମଗ୍ର ବିଶ୍ୱ’

modi-10

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡକୁ ଏକ ବଡ ଉପହାର ଦେଇ ୪୨୦୦ କୋଟି ଟଙ୍କା ମୂଲ୍ୟର ଯୋଜନା ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୂର ପର୍ବତରେ ରହୁଥିବା ଲୋକଙ୍କ ବିଷୟରେ ମଧ୍ୟ ଆମେ ଚିନ୍ତିତ, ସେଥିପାଇଁ ମାତ୍ର ୫ ବର୍ଷ ମଧ୍ୟରେ ଦେଶର ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଭାରତ ଏହାର ଦାରିଦ୍ର୍ୟ ଦୂର କରିପାରିବ, ଏହା ଏକ ଜ୍ୱଳନ୍ତ ଉଦାହରଣ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିକଟରେ ମହିଳାଙ୍କ ପାଇଁ ଲୋକ ସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଦଶନ୍ଧି ଧରି ବିଚାରାଧୀନ ଥିବା ଏହି କାମ ତୁମ ଭାଇ ଏବଂ ତୁମ ପୁଅ ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇଛି।

ନିକଟରେ ଏସିଆନ ଗେମ୍ସ ଶେଷ ହୋଇଛି। ଏଥିରେ ଭାରତ ସମସ୍ତ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଭାରତୀୟ ଖେଳାଳିମାନେ ପଦକରେ ଶତକ ହାସଲ କରିଥିଲେ। ୧୦୦ରୁ ଅଧିକ ପଦକ ଜିତିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଖେଳରେ ଉତ୍ତରାଖଣ୍ଡର ଝିଅ ଏବଂ ପୁଅମାନେ ମଧ୍ୟ ଜଡିତ ଥିଲେ ବୋଲି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଆଜି ଆମର ତ୍ରିରଙ୍ଗା ସବୁ ଜାଗାରେ ଉଡ଼ୁଛି। ଆଜି ଚନ୍ଦ୍ରରେ ଅବତରଣ କରିଛି ଭାରତ। ଆଜି ବିଶ୍ୱ ଭାରତର ଶକ୍ତି ଦେଖୁଛି।

nis-ad
Leave A Reply

Your email address will not be published.