ଦଶହରା ଉପଲକ୍ଷେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଵ୍ରହ୍ମପୁର : ଵ୍ରହ୍ମପୁର ମହାନଗର ନିଗମରେ ଦଶହରା ଦୁର୍ଗାପୂଜା ହେବ ଆରମ୍ଭ।ଶାନ୍ତି ଶୃଙ୍ଖଳା ର ସହିତ ପୂଜା ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଆଜି ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ରାସ୍ତାରେ ଯେଭଳି କୌଣସି ପେଣ୍ଡଳ ନିର୍ମାଣ ନ ହେବ ସେଥିପାଇଁ ସମସ୍ତ ପୂଜା କମିଟି ପଦକ୍ଷେପ ନେବେ।ବିଦ୍ୟୁତ ସଂଯୋଗ ଏବଂ ଅଗ୍ନିକାଣ୍ଡ ର ନିରାପତ୍ତା, ସହିତ ଯେଭଳି ଶ୍ରଦ୍ଧାଳୁଙ୍କ ସମାଗମ ଓ ସୁରୁଖୁରୁରେ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯିବା ସେଥିପାଇଁ ନିର୍ଦେଶ ଦିଆଯାଇଛି।ରାତି୧୦ଟା ପରେ ସମସ୍ତ ପେଣ୍ଡାଲ ବନ୍ଦ ରହିବ।ସାଉଣ୍ଡ ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତ ପୂଜା କମିଟି ପଦକ୍ଷେପ ଗ୍ରହଣ କରିବେ।ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ପୂଜା କମିଟି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବିସର୍ଜନ ସମୟରେ ଡିଜେ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।ବିସର୍ଜନ ସମୟରେ କେବଳ ବେଣ୍ଡ ବାଜା ଓ ଅନ୍ୟାନ୍ୟ ବଜାକୁ ଅନୁମତି ଦିଆଯାଇଛି।ପୂର୍ବ ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀ ରେ ମା ଙ୍କ ମୂର୍ତ୍ତି ବିସର୍ଜନ ହେବ। ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ତିନିଦିନ ଆଗରୁ ଥାନାରୁ ଅନୁମତି ନେବାକୁ ପଡିବ।ଏଥିସହିତ ଅଗ୍ନି ନିରାପତ୍ତା ଓ ସିସିଟିଭି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସମସ୍ତ ପୂଜା କମିଟି କୁ ନିର୍ଦ୍ଦେଶ ଦିଆଯାଇଛି।ଶାନ୍ତି ଶୃଙ୍ଖଳା ର ସହିତ ପୂଜା ସମାପନ କରିବା ନିମନ୍ତେ ସବୁ ପୂଜା କମିଟି କୁ କହିଛନ୍ତି ଉପଜିଲ୍ଲାପାଳ ଆଶୁତୋଷ କୁଳ କାର୍ଣ୍ଣି।ଚଳିତ ବର୍ଷ ସମସ୍ତ puja କମିଟି କୁ ନେଇ ଏକ ମହା ନଗର କମିଟି ଗଠନ ହେବ, ଆଦର୍ଶ ପୂଜା ପେଣ୍ଡାଳକୁ ପୁରସ୍କୃତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଟି ସଦସ୍ୟ ନିଷ୍ପତ୍ତି ନେଇଛନ୍ତି।ଏହି ଅବସରରେ ଟାଉନ ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.