ନିମଖଣ୍ଡି ଥାନା ଜଗଦଳପୁର ଗ୍ରାମ କମାପଲ୍ଲୀ ର ୭ ବର୍ଷର ଶିଶୁ ହତ୍ୟା ଘଟଣା : ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା…

ବ୍ରହ୍ମପୁର : ଗତ ମେ ମାସ ୧୪ ତାରିଖରେ ବାଲ୍ମୀକି ଦାସ ଙ୍କ ନାବାଳକ ପୁଅର ମୃତଦେହ ତାଙ୍କ ଘର ଛାତ ଉପରେ ମିଳିଥିଲା । ଏହାକୁ ନେଇ ବାଲ୍ମୀକି ନିମଖଣ୍ଡି ପୋଲିସ ଥାନାରେ ଜଣାଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ କୁ ପଠାଇ ଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି ଗତ ଜୁଲାଇ ୭ ତାରିଖରେ ହତ୍ୟା ଘଟଣାରେ ପରିଣତ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଶିଶୁ ହତ୍ୟାକାଣ୍ଡ ଘଟଣାରେ ପଲିସ ସନ୍ଦେହ କରୁଥିବା ବ୍ୟକ୍ତିଙ୍କ ଲାଇ ଦେଟେକ୍ସନ କରିବା ପରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି । ନାଥ ଦାସ ନାମକ ଜୈନିକ ବ୍ୟକ୍ତି ତଣ୍ଟି ଚିପି କରିଥିଲେ ହତ୍ୟା କରିଥିବା କହିଛନ୍ତି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ।
8 ବର୍ଷର ପୁରୁଣା ରାଗ ଶୁଝାଇ ଶିଶୁକୁ ହତ୍ୟା କରିଥିଲେ। ବହୁ ଦିନର ତଦନ୍ତ ପରେ ମୁଖ୍ୟ ଆସାମୀ କୁ ଗିରଫ କରିବାରେ ସଫଳ ହୋଇଛି ନିମଖଣ୍ଡି ଥାନା ପୋଲିସ।ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ. ପି କହିଛନ୍ତି ।

nis-ad
Leave A Reply

Your email address will not be published.