ଛତ୍ରପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ…

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସ ଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ଏହି ଅବସର ରେ ଟ୍ରଷ୍ଟ ର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର ଙ୍କ ତତ୍ୱବଧାନ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ,ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ରାଧେଶ୍ୟାମ ଟ୍ରଷ୍ଟ ର ଉପଦେଷ୍ଠା ପ୍ରଶାନ୍ତ କୁମାର ଶତପଥି, ସମ୍ପାଦିକା ଝିଲିବାଳା ରାଉତ, ୯ନଂ ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ, ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠି,୧୨ନଂ ୱାର୍ଡ କାଉନସିଲର ବି. ନିଶ୍ଚଳା, ଯୁବ ନେତା ମିଟୁ ବେହେରା, ପ୍ରଦୋଷ କୁମାର ବେହେରା ଙ୍କ ସମେତ ବହୁ ସାମାଜିକ କର୍ମୀ, ରାଜନୈତିକ ବ୍ୟକ୍ତି ମାନେ ଯୋଗ ଦେଇ ସ୍ଥାନୀୟ ଭିଆଇପି ରୋଡ଼ ସ୍ଥିତ ଗୋପବନ୍ଧୁଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ l

nis-ad
Leave A Reply

Your email address will not be published.