ଗଞ୍ଜାମ ଜିଲ୍ଲାର ପୂର୍ବତନ ଦୁଇ ରାଜା ଙ୍କ ନାମରେ କୋଟି କୋଟି ଟଙ୍କା ବିନିଯୋଗ..!

ବାବୁ ମାନଙ୍କ କାରନାମା ଏବେ ଚାରି ଆଡ଼େ ଚାର୍ଚ୍ଚା….


ବ୍ରହ୍ମପୁର:୬-୧୦ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିଗିଡ଼ିବାର ମୁଖ୍ୟ କାରଣ ଗଞ୍ଜାମ ରେ ଦାୟିତ୍ୱ ଥିବା ପୂର୍ବତନ ଦୁଇ ରାଜା ବୋଲି ଚର୍ଚ୍ଚା ହେଉଛି।ଏହି ଗଞ୍ଜାମ ଜିଲ୍ଲାର ଦୁଇ ରାଜା ଙ୍କ ସମୟରେ ବାଲି ମାଫିଆଙ୍କ ହାତକୁ ବିଭନ୍ନ ବାଲି ଘାଟ ଶାଗ ମାଛ ଦରରେ ଟେକିଦେବା ଓ ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଓ ରାଜାଙ୍କ ନିକଟମ ଲୋକଙ୍କ ନାମରେ ସରକାରୀ ଜମିକୁ ଲିଜରେ ଦେବା ଓ କନିଶି ନିକଟରେ ପ୍ରାୟ ଦୁଇ ଶହ ଏକର ସରକାର ଜମି କୁ ଶାଗ ମାଛ ଦରରେ ସେମାନଙ୍କ ନାମରେ କରିଦେଇ ଥିବା ଚାରିଆଡ଼େ ଏବେ ଚର୍ଚ୍ଚା ର ବିଷୟ ହୋଇଛି। କୁଆଡ଼େ ଏହି ଦୁଇ ରାଜାର କାରନାମା ରେ ଯେଉଁ ଅର୍ଥ ଆଦାୟ ହୋଇଛି ସେହି କୋଟି କୋଟି ଟଙ୍କା ପ୍ଲଟିଂଙ୍ଗ ବ୍ୟବସାୟ ଓ କେତେକ ଟ୍ରକ କିଣାରେ ବିନିଯୋଗ କରାଯାଇ ଥିବା ଚର୍ଚ୍ଚା ହେଉଛି।ଏହି ରାଜାଙ୍କ ଚାକିରୀ ସମୟ ସରିବା ପରେ ଉକ୍ତ ପ୍ଲଟ ଗୁଡ଼ିକ ପୁଣି ସେମାନଙ୍କ ନାମରେ କରାଯିବ ବୋଲି ଡିଲ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଅପରାଧତତ୍ତ୍ୱ ମାନଙ୍କ ହାତକୁ ବାଲି ବ୍ୟବସାୟ ଟେକି ଦେବା ଫଳରେ ଆଜି ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଟାର୍ଗେଟ କରାଯାଉଛି। ଏହି ଦୁଇ ରାଜା ଜିଲ୍ଲା ଚଲାଇବା ସହ ଜିଲ୍ଲାର ଆଇନଶୃଙ୍ଖଳା ରେ ମଧ୍ୟ ମୁଣ୍ଡ ପୁରାଉଥିଲେ ବୋଲି ଚର୍ଚ୍ଚା ହେଉଛି।ଏବେ ବାଲି ଓ ଜମି ମାଫିଆଙ୍କ ଙ୍କ ଇଙ୍ଗିତରେ ରାଜନେତା ମାନେ ନିଜର ଶତ୍ରୁ ସାଧନ କରୁଥିବା ଲକ୍ଷ କରା ଯାଉଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି କରିତକର୍ମା ରାଜାଙ୍କ ଉପରେ ଟିକେ ନଜର ରଖିଲେ ରାଜାଙ୍କ ଅସଲ ମୁଖା ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏପରିକି ଗଞ୍ଜାମ ଜିଲ୍ଲାର ଅନେକ ମୂଲ୍ୟବାନ ଜମି ଏପରିକି ବ୍ରହ୍ମପୁର ମୁନିସିପାଲିଟି ଅଧୀନରେ ଥିବା କିଛି ମୂଲ୍ୟବାନ ଜାଗା ମଧ୍ୟ ପୂର୍ବତନ ରାଜା ମାନଙ୍କ ଅକ୍ତିଆର ରେ ଥିବା ଏବେ ବାଟରୁ ଯାଇ ହାଟରେ ଗଡ଼ିଲାଣି l ବ୍ରହ୍ମପୁର ଗେଷ୍ଟ ହାଉସ କୁ ମଧ୍ୟ ଲିଜ ରେ ଦିଆ ଯାଇଛି, ଏହାକୁ କେଉଁ ଉଦେଶ୍ୟ ରେ ଦିଆଗଲା ବର୍ତମାନ ତାହା କେଉଁ ରୂପରେ ବ୍ୟବହାର କରାଯାଇଛି ତାହା ମଧ୍ୟ ତଦନ୍ତ ସଫେକ୍ଷ l ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା କୁ ଯେଉ ସରକାରୀ ଅଫିସର ଆସୁଛି ଏଠାରେ କୁବେର ପାଲୋଟି ଯିବାର ର ନଜିର ରହିଛି l ଗଞ୍ଜାମ ଜିଲ୍ଲାର ବାଲି ଠାରୁ ମଦ, ଜଙ୍ଗଲ, ସରକାରୀ ଜମି ଏବେ ବାବୁ ମାନଙ୍କ ହାତରେ ଯଦି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ଗଞ୍ଜାମ ଜିଲ୍ଲା ରାଜସ୍ବ ହାନୀରୁ ମୁକ୍ତ ହେବା ସହିତ ଯଦି ସ୍ୱତନ୍ତ୍ର ଅଡିଟ ଓ ଭିଜିଲାନ୍ସ ତଦନ୍ତ ପରିସରରେ ସରକାରୀ ବାବୁ ମାନଙ୍କୁ ନିଆ ଯାଏ ତେବେ ବାବୁ ମାନଙ୍କ ଅସଲ ଚେହେରା ପଦାକୁ ଆସିଯିବ ବୋଲି ଗଞ୍ଜାମ ଜିଲ୍ଲାର ବୁଦ୍ଧି ଜୀବି ଓ ସାଧାରଣ ରେ ସରକାରଙ୍କୁ ଦାବୀ ଉପସ୍ଥାପନା କରୁଛନ୍ତି…

nis-ad
Leave A Reply

Your email address will not be published.