ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ, ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ…

cm

ଭୁବନେଶ୍ଵର: ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏହି କ୍ରମରେ ମଙ୍ଗଳବାର ଶ୍ରଦ୍ଧାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି। ଶ୍ରଦ୍ଧା କିଏ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ। ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ। ମୋ ଫିଜିକାଲ୍ ଫିଟ୍‌ନେସ ପାଇଁ ମୋ ଭଉଣୀ ପଠାଇଥିଲେ। ସରକାରୀ ବିଲ୍‌ରେ ସେ ଯାଇ ନାହାନ୍ତି। ଏପରିକି ସରକାରୀ କ୍ଵାର୍ଟର୍ସରେ ଶ୍ରଦ୍ଧା ରହୁ ନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲା। ରୋମର ଭାଟିକାନ ସିଟି ଗସ୍ତରେ ଖ୍ରୀଷ୍ଟିୟାନ ସମୁଦାୟର ଧର୍ମଗୁରୁ ପୋପ୍ ଫ୍ରାନସିସ୍‌ଙ୍କୁ ଭେଟିବା ବେଳେ ନବୀନଙ୍କ ସହ ଶ୍ରଦ୍ଧା ନାମକ ଯୁବତୀ ନଜର ଆସିଥିଲେ। ଆଉ ବିଜେପି ଏହାର ଭିଡିଓ ସେୟାର କରି ରାଜ୍ୟ ସରକାରଙ୍କ ଜବାବ ଲୋଡ଼ିଥିଲା। ଶ୍ରଦ୍ଧା କିଏ ? ତାଙ୍କୁ କିଏ ରୋମରେ ଗସ୍ତରେ ନେଇ କି ଯାଇଥିଲେ ? ତାଙ୍କୁ ଟିକେଟ୍ କିଏ ଦେଇଥିଲା? ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଇଥିଲା।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଲୋକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆନ୍ଦୋଳିତ ହୋଇଥିଲା ଯେ, ଶ୍ରଦ୍ଧା କିଏ ? ଏବେ ଗୃହରେ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ଏବଂ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

nis-ad
Leave A Reply

Your email address will not be published.