ରାଧାନାଥ ଜୟନ୍ତୀ ପାଳିତ

ଫୁଲବାଣୀ : ଜିଲ୍ଲା ଲେଖକ ସାମୁଖ୍ୟ ଫୁଲବାଣୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ସାହିତ୍ୟ ସଭା ଓ ବିଶିଷ୍ଟ ଲେଖକ ମାନଙ୍କର ଜୟନ୍ତୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି କ୍ରମରେ ଚଳିତ ମାସ ୨୮ ତାରିଖ ଗୁରୁବାର ଦିନ ପଂଚାୟତ ମହାବିଦ୍ୟାଳୟ, ଫିରିଙ୍ଗିଆ ଠାରେ ରାଧାନାଥ ଜୟନ୍ତୀ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖକ ସାମୁଖ୍ୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାମୁଖ୍ୟର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ କରାଯାଇଥିଲା ।
ମୁଖ୍ୟ ଅତିଥି ରୂପେ ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଂଜନ ମିଶ୍ର ଯୋଗଦେଇ ଛାତ୍ର/ଛାତ୍ରୀ ମାନେ କିପରି ଓଡ଼ିଆ ଭାଷାରେ ଭଲ ଲେଖା ଲେଖି କରି ପାରିବେ ସେଥିପ୍ରତି ଦୃଷ୍ଟି ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ଡକ୍ଟର ସୁଜିତ୍ କୁମାର ପଣ୍ଡା ଓ ସ୍ନମାନିତ ବ୍ୟକ୍ତା ରୂପେ ଅଧ୍ୟାପକ ବିଭୂତି ଭୂଷଣ ଶତପଥି ଯୋଗ ଦେଇ ରାଧାନାଥ ସାହିତ୍ୟ ଓ ତାଙ୍କର ବିଭିନ୍ନ କାବ୍ୟ ଉପରେ ଆଲୋଚନା କରିଥିଲେ । ସାନ୍ମାନିତ ଅତିଥି ରୂପେ ଅଧ୍ୟାପକ ତ୍ରୈଲୋକ୍ୟନାଥ ସେନାପତି, ବରିଷ୍ଟ ଆଇନଜୀବୀ ଚନ୍ଦ୍ରଶେଖର ମିଶ୍ର, ସାମୁଖ୍ୟର ଉପସଭାପତି ଅଶୋକ କୁମାର ମିଶ୍ର , ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତ୍ତନ ସଦସ୍ୟ ବିଦେଶୀ ନାୟକ ଯୋଗ ଦେଇ ସୁଚିନ୍ତିତ ବକ୍ତବ୍ୟ ରଖିବା ସହ ରାଧାନାଥ ସାହିତ୍ୟରେ ପାଶ୍ଚାତ୍ୟ ସାହିତ୍ୟ ଓ ପ୍ରାଚ୍ୟ ସାହିତ୍ୟ କିପରି ପ୍ରଭାବ ବିସ୍ତାର କରିଥିଲା ତାହା ଉପରେ ଆଲୋଚନା କରିଥିଲେ ।ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଓ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କର ସଂଯୋଜନାରେ କବିତା ପାଠ କରାଯାଇଥିଲା ।ପଂଚାୟତ ମହାବିଦ୍ୟାଳୟର ବହୁ ଛାତ୍ର ,ଛାତ୍ରୀ ଓ ଲେଖକ ସାମୁଖ୍ୟର ସଭ୍ୟ, ସଭ୍ୟା ମାନେ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାଗତିକା ସାହୂ, ବିଜୟ ପାଣିଗ୍ରାହୀ ଡକ୍ଟର ନୃସିଂହାନନ୍ଦ ମହାପାତ୍ର, ନବୀନ କିଶୋର ପଣ୍ଡା, ନବ କିଶୋର ରଥ, ଦୁର୍ଯ୍ୟୋଧନ ପ୍ରଧାନ, କୁନ୍ଦନ ସିଂ,ଶ୍ୟାମ ସୁନ୍ଦର ପଣ୍ଡା,ସୁବାସ ମହାନ୍ତି ପ୍ରଭୃତି ଉପସ୍ଥିତ ଥିଲେ ।ଅଧ୍ୟାପକ ଡମ୍ୱରୁଧର ସାହୁ ଓ ଅଧ୍ୟାପିକା ପ୍ରଭାତୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ବନ ବିହାରୀ ନନ୍ଦ ସ୍ଵାଗତ ଭାଷଣ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.