ଛତ୍ରପୁର : ଆର୍ଥିକ , ମହିଳା ଓ ଶିଶୁ ମାନଙ୍କ ଉପରେ ଯୌନ ଜନିତ ସହ ବିଭିନ୍ନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସାଇବର ସୁରକ୍ଷା ଅଭିଯାନ ଓଡିଶା -୨୦୨୩ ଏହି କାର୍ଯ୍ୟକ୍ରମ ପ୍ରଥମେ ଭୂବନେଶ୍ୱର ରୁ ସେପ୍ଟେମ୍ବର ୩୦ ରେ ଶୁଭାରମ୍ଭ ଆରମ୍ଭ ହେବ । ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ , ସାଇବର ସୁରକ୍ଷିତ ଓଡିଶା ବାର୍ତ୍ତା ଦେଇ ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ସାଇବର ଅପରାଧ ରୁ କିପରୀ ଜନସାଧାରଣ ନିବୃତ ରହିବେ ସେଥି ସକାଶେ ସଚେତନତା ରଥ ବୁଲିବ ।
ଏହିପରିପ୍ରେକ୍ଷୀ ଗଂଜାମ ପୋଲିସ ଜିଲ୍ଲା ଅଧୀନ ସମସ୍ତ ଥାନା ଅଂଚଳରେ ମଧ୍ୟ ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସାଇବର ଅପରାଧ ରୁ କିପରୀ ଜନ ସାଧାରଣ ଦୂରେଇ ରହିବ ସେଥି ନିମନ୍ତେ ଏକ ସଚେତନତା ରଥ ବୁଲିବ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳ କୁ ଗ୍ରସ୍ତ କରି ଭିଡିଓ /ଅଡିଓ ଜରିଆରରେ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ଗଂଜାମ ଏସପି ଜଗମୋହନ ମୀନା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି । ଏହାସହିତ ବିଭିନ୍ନ ସହର ଓ ସ୍କୁଲ , କଲେଜ ଏବଂ ଗାଁକୁ ଏହି ରଥ ବୁଲି ସଚେତନ କରିବ । ବିଶେଷ ଭାବେ ଗ୍ରାମାଞ୍ଚଳ କୁ ଅଧିକ ଫୋକସ୍ କରାଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ଓ ବରିଷ୍ଠ ନାଗରିକ ଏବଂ ଯୁବ ପିଢି ମାନେ କିପରୀ ଅଧିକ ସଚେତନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମଧ୍ୟ ଏହି ଖବଦାତା ସମ୍ମିଳନୀରେ ଉପସ୍ଥିତ ରହି ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ ୱ କହିଥିଲେ । ଏହି କାର୍ଯ୍ୟକ୍ରମର ଗଂଜାମ ପୋଲିସ ଜିଲ୍ଲା ପକ୍ଷରୁ ନୋଡାଲ ଅଫିସର ଭାବେ ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି ଙ୍କୁ ଦାୟିତ୍ୱ ଦିଆଯାଇଛି । ସଚେତନତା ହେବା …. ସାଇବର କ୍ରାଇମରୁ ଦୂରେଇ ରହିବା ର ବାର୍ତ୍ତା ନେଇ କ୍ଷୁଦ୍ର ନାଟକ, ପ୍ରଥ ପ୍ରାନ୍ତ ସଭା କରି ସଚେତନତା ଉପରେ ହୋଇଥିବା ଛୋଟ ଛୋଟ ଭିଡିଓ ପ୍ରଦର୍ଶନ କରାଯିବା ଏବଂ , ଗଣଦୈାଡ, ସାଇକେଲ ରାଲି ଏବଂ ସାଂସ୍କୁୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତା କରାଯିବ । ଏଟିଏମ ଜନିତ ଠକେଇ, ଇଣ୍ଟରନେଟ୍ ର ଠିକ୍ ବ୍ୟବହାର , ସୁରକ୍ଷିତ ଆର୍ଥିକ କାରବାର , ଫେସବୁକ୍ , ୟଟ୍ୟୁଟ୍ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରାଯିବ । ଅକ୍ଟୋବର ୨ ତଥା ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ଏହି ରଥର ଶୁଭାରମ୍ଭ ହେବ । ଏଥିରେ ଗଂଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବ । ସେହି ଦିନ ଠାରୁ ଜିଲ୍ଲାର ବିଭିନ୍ନ ଅଂଚଳକୁ ଏହି ରଥ ବୁଲିବ । ଅକ୍ଟୋବର ୯ତାରିଖରେ ମିଶନ ଶକ୍ତିର ମା ମାନେ , ଆଶା ଓ ଅଙ୍ଗନବାଡୀ କମୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ସଦସ୍ୟ ମାନେ ଘର କୁ ଘର ବୁଲି ଲୋକମାନଙ୍କୁ ସାଇବର ଅପରାଧ ରୁ କିପରୀ ଦୁରେଇ ରହିବେ ତାହା ଉପରେ ସଚେତନାତ କରାଇବେ ଏବଂ ସଚେତନତା ବାର୍ତ୍ତାର ଲିପ ଲେଟ ମଧ୍ୟ ବଣ୍ଟନ କରିବେ ବୋଲି ଏସପି ଶ୍ରୀ ମୀନାକହିଛନ୍ତି । ଅକ୍ଟୋବର ୧୫ ତାରିଖ ଦିନ ଛତ୍ରପୁର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ । ସାଇବର ଅରାଧ ସମ୍ପର୍କିତ ଅଭିଯୋଗ ପାଇଁ ୧୯୩୦ନଂ ଜାରୀ ହୋଇଛି । ଲୋକମାନେ ଅଭିଯୋଗ କରିପାରିବେ । ଗତ ବର୍ଷ ଗଂଜାମ ଜିଲ୍ଲାରେ ୬୮ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ୩୧ ଗଷ୍ଟ ସୁଦ୍ଧା ୯୮ଟି ମାମଲା ରୁଜୁ ହୋଇଛି । ଏହି ଖବରଦାତା ସମ୍ମିଳନୀରେ ଗଂଜାମଏସପି, ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିତିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ରଂଜିତ କୁମାର ପୃଷ୍ଟି , ଡିଏସପି ସୁଜିତ୍ ନାୟକ , ଡିଆଇବି ଡିଏସପି ରଂଜନ କୁମାର ଦେ, ଛତ୍ରପୁର ଏସଡିପିଓ ଗୈାରହରୀ ସାହୁ ଓ ଛତ୍ରପୁର ଥାନା ଅଧିକାରୀ ନୀରୋଦ କୁମାର ଦାଶ ଙ୍କ ବହୁ ପୋଲିସ ଅଧିକାରି ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଗିରଫ…
Next Post