ଆଗ ପଇସା ପଛେ ସେବା ନା ରେ ଚାଲିଛି ମୋବାଇଲ ନେଟୱାର୍କ…

ସାଧାରଣ ଜନତା ହନ୍ତସନ୍ତ – ଘରୋଇ କମ୍ପାନୀ ମାଲେ ମାଲ…

ବି ଏସ ଏନ ଏଲ କଣ ସରକାରଙ୍କ ସାବତ ପୁଅ…?


ବ୍ରହ୍ମପୁର :୨୫-୯ ଆଜି କାଲି ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ କେନ୍ଦ୍ର ସରକାର କେଉଁଠି ୪ ଜି ସେବା ତ କେଉଁଠି ୫ଜି ସେବା ବୋଲି ପ୍ରଚାର ପ୍ରସାର କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ବାସ୍ତବ ଚିତ୍ର ଅଲଗା ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳରେ କେଉଁଠିନ ନେଟୱାର୍କ ତ କେଉଁଠି ଇଣ୍ଟରନେଟ ସେବା ରୀତିମତ ଠପ ରହୁଛି। ୨୮ ଦିନିଆ ପ୍ୟାକ ନାମରେ ବିଭିନ୍ନ କମ୍ପାନୀ ଗ୍ରାହକ ଙ୍କୁ ଭୁଆଁ ବୁଲାଇ ପ୍ରଚାର ପ୍ରସାର କରି କୋଟି କୋଟି ଟଙ୍କା ଆଦାୟ କରି ସେବା ଦେବାରେ ବିଫଳ ହେଉଥିବା ଲକ୍ଷ କରାଯାଉଛି। ଅଧିକାଂଶ ଉପାନ୍ତ ଅଞ୍ଚଳରେ ଲୋକେ ନେଟୱାର୍କ ସମସ୍ୟା ରେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତି ଜରୁରୀ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ସେବା ମଧ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପଟେ ଘରୋଇ କମ୍ପାନି ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ନିଜର ନେଟୱାର୍କ ଇଣ୍ଟରନେଟ ସେବା ଦେବାକୁ ଦାବୀ କରୁଛନ୍ତି। ସେପଟେ ବିଏସଏନଏଲ ସମସ୍ତ ଘରୋଇ କମ୍ପାନୀ କୁ ସେବା ଦେଉଥିବା ବେଳେ ନିଜେ ସବୁ କ୍ଷେତ୍ରରେ ପଛେ ରହୁଥିବା ଯୋଗୁଁ ଲୋକେ ଥଟ୍ଟା ରେ କହନ୍ତି, (ବିଏସଏନଏଲ) “ବାହାର ସେ ନହିଁ ଲାଗତା ଭିତାର ସେ ନାହିଁ ଲାଗତା” ବୋଲି। ସରକାର ଘରୋଇ କମ୍ପାନୀ କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଯୋଗୁଁ ସାଧାରଣ ଲୋକେ ଆଗ ପଇସା ଦେଇ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।

nis-ad
Leave A Reply

Your email address will not be published.