କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ… !


ହିଞ୍ଜିଳିକାଟୁ,: ତା ୨୨/୯: ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ୯ ନମ୍ବର କେନାଳରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡା ସାହିର କୃଷ୍ଣ ସାହୁ। ଏ ନେଇ ମୃତକଙ୍କ ଶଶୁର ଭଗବାନ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନମ୍ବର ୨୩/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ଜବତ ପରେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ଗୁରୁବାର ରାତିରେ କୃଷ୍ଣ ବାଇକ୍ ଯୋଗେ କେନାଳ ନିକଟକୁ ଯାଇ କେନାଳ ସେତୁ ଉପରେ ବସିଥିବା ଗ୍ରାମରେ କିଛି ଲୋକ ଦେଖିଥିଲେ । ଶୁକ୍ରବାର ସକାଳେ କେନାଳ ପାଣିରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ହିଞ୍ଜିଳି ପୁଲିସକୁ

ଜଣାଇଥିଲେ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କେନାଳ ସେତୁ ଉପରେ ବସିଥିବା ବେଳେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ କେନାଳ ଭିତରକୁ ଖସି ପଡ଼ିଥିଲେ ନା କେହି ଦୁର୍ବତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ କେନାଳ ଭିତରକୁ ଠେଲି ଦେଇଛି, ତାହା ସନ୍ଦେହ ଘେରରେ ରହିଛି। କେନାଳ ନିକଟରେ ମୃତକଙ୍କ ମୋଟର ସାଇକେଲ ରହିଥିବା ବେଳେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସେଠି କହିଛନ୍ତି । ଗତ କିଛି ଦିନର ବ୍ୟବଧାନ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ଥାନା ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ହିଞ୍ଜିଳି ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ କେନାଳ ପାଣିରୁ ଉଦ୍ଧାର ଘଟଣା ଭିନ୍ନ ମୋଡ ନେଇଛି ।

nis-ad
Leave A Reply

Your email address will not be published.