ଏମଭିଆଇ କାର୍ଯ୍ୟାଳୟ ଓ ଅସ୍ଥାୟୀ କ୍ୟାମ୍ପରେ ଦଲାଲ ଙ୍କ ଦୌରାତ୍ମ୍ୟ… !

ଗଞ୍ଜାମ ଏମ ଭି ଆଇ କାହାର ଗେଲ୍ହା ପୁଅ…?


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏମଭିଆଇ ଙ୍କ ଇଶାରା ରେ ନିଜ କାର୍ଯ୍ୟାଳୟ ଓ ଅସ୍ଥାୟୀ ଫିଟନେସ କ୍ୟାମ୍ପ ରେ ଚାଲିଛି ଦଲାଲ ମାନଙ୍କ ଆତଙ୍କରାଜ୍ ମାଲିକ ହନ୍ତସନ୍ତ ହେଉଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ପରେ ଏହାକୁ ନେଇ ଖବର ପ୍ରସାରିତ ହୋଇଛି ତଥାପି ଯେତେ ମାଠୁଛୁ ମାଠ ମୁଁ ସେହି ଦରପଡା କାଠ ପରି ନ୍ୟାୟ ବାବୁଙ୍କ କହାପ୍ରତି ଖାତିର ନାହିଁ, ବଡ ବଡ଼ିଆ ଙ୍କ ହାତ ବାବୁଙ୍କ ମୁଣ୍ଡରେ ରହିଛି ଯାହାଫଳରେ ଜିଲ୍ଲାପାଳ ଙ୍କ ନାମ ବ୍ୟବହାର କୁ ମଧ୍ୟ ଖାତିର ନାହିଁ l ସୂଚନା ଥାଉକି ଲୋକଙ୍କ ସୁଵିଧା ପାଇଁ ଗୁରୁବାର ଦିନ ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ଅଟୋନଗର ଠାରେ ଫିଟନେସ ପାଇଁ କ୍ୟାମ୍ପ ହେଉଛି। ଏଠାରେ ଲୋକଙ୍କ ସୁବିଧା ପାଇଁ ଗଞ୍ଜାମ ଏମଭିଆଇ ଫିଟନେସ ପାଇଁ ଦାୟିତ୍ୱ ଦିଆ ଯାଇଛି। ଏହି ବାବୁଙ୍କ ଆଶିର୍ବାଦ ରେ କିଛି ଅନ୍ୟ ଜିଲ୍ଲାର ବିଶ୍ୱ ଓ ନରେଶ ନାମକ ଦୁଇଜଣ ଯୁବକ ଗୁଣ୍ଡା ସାଜି ଲୋକଙ୍କୁ ନାଲିଆଖି ଦେଖାଇ ବଟି ଆଦାୟ କରୁଥିବା କୁ ନେଇ ଅଭିଯୋଗ ହୋଇଥିଲା। ଏନେଇ ବାବୁଙ୍କୁ ଏହି ଦୁଇ ଯୁବକ ବିଷୟରେ ପଚାରିବାରୁ ସେ କିଛି ସମୟ ନିରବ ରହିବା ପରେ କହିଲେ ଜିଲ୍ଲାପାଳ ଆମକୁ ନିର୍ଦ୍ଧେଶ ଦେଇଛନ୍ତି। ଏଠାରେ ସୂଚନା ଥାଉକି ଜିଲ୍ଲାପାଳ ଙ୍କ ନାମକୁ ବ୍ୟବହାର କରି ଖସି ଯିବାକୁ ରାସ୍ତା ପରିଷ୍କାର କରୁଛନ୍ତି l ଜିଲ୍ଲାପାଳ ଙ୍କ ଚିଠା ମାଗିଲେ ଅଫିସ ରେ ଅଛି ବୋଲି ସଫେଇ ଦେଉଛନ୍ତି, ଶୁଣିବାକୁ ମିଳୁଛି ବାବୁଙ୍କ ଲମ୍ବା ହାତ ତେଣୁ ସେ କାହାର ଚପକୁ ଖାତିର ନାହିଁ l ଏହି ଯୁବକ ମାନେ କିଏ ବୋଲି ଗଣମାଧ୍ୟମ ପଚାରିବାରୁ ମୁଁ ଜାଣିନି ବୋଲି କହିଥିଲେ ଯଦି ସେ ଜାଣି ନାହାନ୍ତି ତେବେ କଣ ଜିଲ୍ଲାପାଳ ଏମାନଙ୍କୁ ନିଯୁକ୍ତି ଦେଇ ଛନ୍ତି..? । ଯଦି ବାବୁ ଏହି ଯୁବକ ମାନଙ୍କୁ ଜାଣିନାହାନ୍ତି,ତାହା ହେଲେ ଗଞ୍ଜାମ ଏମ ଭି ଆଇ ଙ୍କ ପାଖରେ ଛାଇ ପରି ରହୁଛନ୍ତି କିପରି..? ଏହି ଯୁବକ ମାନେ ପ୍ରାୟତଃ ଅନ୍ୟ ଦିନେ ଛତ୍ରପୁର ନିକଟସ୍ଥ ଅଗୋସ୍ଥି ନୂଆଗାଁ ରେ ଫିଟନେସ କାର୍ଯ୍ୟ ତଦାରଖ କରିବା ସହ ବାବୁଙ୍କ କାର୍ଯ୍ୟଳୟ ରେ ସନ୍ଧ୍ୟା ସମୟରେ ବସି କମ୍ପୁଟର ରେ ଫିଟନେସ ଓ ଡ଼ିଏଲ ଏଣ୍ଟ୍ରି କରୁଛନ୍ତି କିପରି ବୋଲି ଚାର୍ଚ୍ଚା ହେଉଛି। ସରକାର ଙ୍କ ନିୟମ ଅନୁଯାୟୀ ଅନଲାଇନ ରେ ଫିଟନେସ ପାଇଁ ପଞ୍ଜିକରଣ ହେଉ ଥିଲେ ମଧ୍ୟ ଏହି ଦୁଇ ଯୁବକ ବିଭିନ୍ନ ଆଳ ଦେଖାଇ ବଟି ଆଦାୟ କରି ସେମାନଙ୍କ କମିଶନ ରଖି ବାବୁଙ୍କୁ ବଳକା ଟଙ୍କା ଦିଅନ୍ତି ବୋଲି ଚାର୍ଚ୍ଚା ଜୋର ଧରିଛି। ଏହି ଦୁଇ ଯୁବକ ଙ୍କ ସହ ଏମଭିଆଇ ଙ୍କ କାର୍ଯ୍ୟାଳୟ ରେ ଅବସରପ୍ରାପ୍ତ କେତେକ କର୍ମଚାରୀ ମଧ୍ୟ “ବିଜୟ ଏବଂ କମଲ ” ଏହି ଦୁଇଜଣ ମଧ୍ୟ ଡ଼ିଏଲ ରସିଦ କାଟିବା ସହ ଭିଡ଼ ଜମାଇ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି।ଗଞ୍ଜାମ ଏସପି ଓ ଜିଲ୍ଲାପାଳ ମହୋଦୟ ଅଚାନକ ଚଢ଼ାଉ କଲେ ଏହି ବେଆଇନ କାର୍ଯ୍ୟ ଓ ଶୋଷଣ ରୁ ସାଧରାଣ ଲୋକେ ମୁକ୍ତି ପାଇବେ ବୋଲି ବୁଦ୍ଧି ଜୀବି ଦାବୀ ରଖିଛନ୍ତି ଏବଂ ଜିଲ୍ଲା ଭିଜିଲାନ୍ସ ବିଭାଗ ଦ୍ଵାରା ଯଦି ତଦନ୍ତ କରାଯାଏ ତେବେ ବାବୁଙ୍କ ଅସଲ ମୂଖା ଖୋଲି ଯିବ ଏବଂ ସେ କାହାର ଗେଲ୍ହା ପୁଅ ତାହା ଲୋକ ଲୋଚନ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି

nis-ad
Leave A Reply

Your email address will not be published.