ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥା କୁ ଅସାମ୍ବିଧାନିକ ଭାବେ ଖୁର୍ଣ୍ଣ କରୁଥିବାରୁ ଗୁରୁବାର ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଏକ ୧୫ ଦଫା ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି l ଗ୍ରାମ ପଞ୍ଚାୟତର ଭୋଟର ମାନେ ସରପଞ୍ଚ ମାନଙ୍କୁ ସିଧା ସଳଖ ଭାବେ ନିର୍ବାଚିତ କରୁଛନ୍ତି l ୱାର୍ଡ ସଭ୍ୟ ମାନଙ୍କ ଦ୍ୱାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରାଯିବା, ସରପଞ୍ଚ ମାନଙ୍କୁ ସ୍ଵାସ୍ତ୍ୟ କାର୍ଡ ଏବଂ ସରପଞ୍ଚ ଙ୍କ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ ହେଲେ ମୃତ୍ୟୁ କାଳୀନ ଭତ୍ତା ବାବଦକୁ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କା ପ୍ରଦାନ କରାଯିବା, ସରପଞ୍ଚ ମାନଙ୍କ ପାଇଁ ରାଜ୍ୟର ରାଜଧାନୀ ଓ ଜିଲ୍ଲାର ସଦର ମହାକୁମାରେ ସରପଞ୍ଚ ଭଵନ ନିମନ୍ତେ ଜମି ଓ ଅର୍ଥ ବରାଦ କରାଯିବା, ସରପଞ୍ଚ ମାନଙ୍କୁ ଓଡିଶା ସରକାରଙ୍କ ତରଫରୁ ସମ୍ମାନ ସୁଜକ ଭତ୍ତା 2350 ଟଙ୍କା ମିଳୁଛି, କିନ୍ତୁ ବର୍ତ୍ତମାନ ସମୟରେ ସରପଞ୍ଚଙ୍କ ସମସ୍ତ କାର୍ଯ୍ୟ ଡି. ଏସ. ସି ମାଧ୍ୟମରେ ଏମଜିଏନଆରଜିଏ. ସିଏଫସି ଓ ଏସ ଏଫ ସି ଅର୍ଥ ନେଣଦେଣ ପାଇଁ ପ୍ରତିଦିନ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବା ଆସିବା କରିବାକୁ ପଡୁଛି l ଏଣୁ ସରକାର ଦେଉଥିବା 2350 ଟଙ୍କା ପର୍ଯ୍ୟାପ୍ତ ନୁହେଁ l ତେଣୁ ଆମର ସମ୍ମାନ ସୁଜକ ଭତ୍ତା 30 ହଜାର ଟଙ୍କାକୁ ବୃଦ୍ଧି କରାଯାଉ ଓ ସରପଞ୍ଚଙ୍କ କାର୍ଯ୍ୟ ଅବସର ପରେ ମାସିକ 5 ହଜାର ଟଙ୍କା ଭତ୍ତା ଦିଆଯାଉ ଏବଂ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମ୍ମାନ ସୂଚକ ଭତ୍ତା ବୃଦ୍ଧି କରାଯିବା ସମେତ 15 ଦଫା ଦାବି ସମ୍ପର୍କରେ ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ର ଦକ୍ଷିଣାଞ୍ଚଳ ଜୋନ ସଭାପତି ଭବାନୀ ଶଙ୍କର ମଲ୍ଲିକ, ସଭାପତି ମନୋରଞ୍ଜନ ଗୌଡ଼, ଛତ୍ରପୁର ବ୍ଲକ ସରପଞ୍ଚ ସଙ୍ଘର ସଭାପତି ତଥା ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ଉପ ସଭାପତି ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ସମ୍ପାଦକ ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, କୋଷାଧ୍ୟକ୍ଷ ଭିକାରିପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି ଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.