ମା’ଗୃହର ୧୧ତମ ପ୍ରତିଷ୍ଠା ଦିବସରେ ପୋଷଣ ବିଷୟରେ ଆଲୋଚନା ଚକ୍ର

ଫୁଲବାଣୀ : ବାଲନ୍ଦାପଡା ସ୍ଵାତି ଦ୍ବାରା ପରିଚାଳିତ ମା ଗୃହର ୧୧ତମ ପ୍ରତିଷ୍ଠା ଦିବସରେ ପୋଷଣ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ପାଞ୍ଚ ଗୋଟି ପଂଚାୟତ ତଥା ବାଲନ୍ଦାପଡା, ଲୁଇଫି, କୋଇରିମାଣ୍ଡୁ, ପକାରି ଓ ପାହିରାଜୁ ଅଂଚଳରୁ ଗର୍ଭ ବତୀ, ପ୍ରସୁତୀ ମା ମାନଙ୍କ ସହିତ କିଶୋର, ସାସ୍ଥ୍ୟ କର୍ମୀ, ସୟଂସହାୟକ ଗୋଷ୍ଠୀର ମା ମାନେ ଯୋଗ ଦେଇ ପୋଷଣ ବିଷୟରେ ଆଲୋଚନା କରିଥିଲେ । ମା ମାନେ ତାଙ୍କ ନିଜ ପ୍ରସ୍ତୁତି ଖାଦ୍ୟ ଓ ବିଭିନ୍ନ ପନିପରିବାର ଏକ ଖାଦ୍ୟ ପ୍ରଦର୍ଶନି କରିଥିଲେ । ମା ଶିଶୁ ମାନେ କିପରି କୁପୋଷଣରେ ଶିକାର ହେଉଛନ୍ତି ଓ ତାହାର ନିରାକରଣ ଉପରେ ଆଲୋଚନା ଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଘରେ କିପରି ମା ମାନେ ପଛରେ ବଳକା ଖାଦ୍ୟ ଗ୍ରହଣ କରିବା ଏକ ବ୍ୟବସ୍ଥା, ଯାହା ପାଇଁ ବହୁତ ସ୍ଥଳେ ଗର୍ଭବତୀ ଓ ପ୍ରସୂତୀ ମା ମାନେ ଉପଭୁକ୍ତ ପୋଷଣ ଖାଦ୍ୟରୁ ବଞ୍ଚିତ ହୁଅନ୍ତି, ଏହି ବିଷୟରେ ସ୍ଵାତି ର ସଂପାଦକ ହରିଶଙ୍କର ରାଉତ କହିଥିଲେ । ୩୦୦୦ ରୁ ଉର୍ଜ ମା ମାନଙ୍କୁ ଦିର୍ଘ ୧୧ ବର୍ଷ ଏହି ଅଂଚଳରେ ସେବା ଯୋଗାଇଦେବାରେ ସ୍ୱାତୀ ର ପ୍ରୟାସକୁ ଫିରିଙ୍ଗିଆ ପଂଚାୟତର ଉପାଧ୍ୟକ୍ଷ ଅଜିତ ସାହୁ କହିଥିବା ବେଳେ ପୂର୍ବତନ ପଂଚାୟତ ପ୍ରତିନିଧୀ ଶଶ୍ମିତା ଦିଗାଳ ନିଜର ନିଜସ୍ୱ ଅନୁଭିତି ମା ମାନଙ୍କ ସହିତ ଆଲୋଚନା କରିଥିଲେ । ବାଲନ୍ଦାପଡା ସାସ୍ଥ୍ୟ କେନ୍ଦ୍ରର ଡା. ରାକେଶ କୁମାର ବିଶ୍ବାଳ ରକ୍ତ ହିନତା, ମା ଓ ଶିଶୁ ଙ୍କ ଉପଯୁକ୍ତ ପୋଷଣ ଖାଦ୍ୟ ବିଷୟରେ କହିଥିଲେ । ଖାଦ୍ୟ ସହିତ ଯୋଡି ହୋଇଥିବା ଅନ୍ଧବିଶ୍ଵାଶ ଓ ଖାଦ୍ୟ ପରିଚାଳନା ଉପରେ ଗୋପାଳ କୃଷ୍ଣ ଡାକୁଆ ତାଙ୍କ ଅଭିଭାଷଣରେ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ ।

ଲୁଇସିଂ ର ଫଚାୟତ ପ୍ରତିନିଧୀ ଜନନୀ ରଣା ମା ମାନେ ଘରେ ନିଜର ଛୋଟ ଜାଗାରେ କିପରି ପାକଶାଳା ବଗିଚା କରି କମ୍ ମୁଲ୍ୟ ରେ ସବୁଜ ପନିପରିବା ଖାଇବା ଉଦାହରଣ ଦେଇଥିଲେ । ସାତୀ ଓ କ୍ରାଏ ଅନୁଷ୍ଠାନ ସହଯୋଗରେ ସବୁ ଆଗ୍ରହି ମା ମାନଙ୍କୁ ୬ ପ୍ରକାର ପନିପରିବା ମଞ୍ଜି ମାଗଣାରେ ପାକଶାଳା ବଗିଚା କରିବା ପାଇଁ ଏକ ଅଭିଜାନ ରେ ସାମିଲ ହେବା ପାଇଁ ସାତୀ ର ସଂପାଦକ ହରିଶଙ୍କର ରାଉତ କହିଥିଲେ । ଏହାର ଉଦେସ୍ୟ ହେଉଛି ମା, ଶିଶୁ, କିଶୋରୀ, ପରିବାରର ଅନ୍ୟ ସଦସ୍ୟ କିପରି କମ୍ ଖର୍ଚ୍ଚରେ ପୋଷକଯୁକ୍ତ ସବୁଜ ପନିପରିବା ସବୁସମୟରେ ଖାଇପାରିବେ । ବୈକୁଣ୍ଠ ଦାସ ମାନସିକ ସାସ୍ଥ୍ୟ ବିଷୟରେ କହି ଲୋକ ମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଏକ ରାଲି ମାଧ୍ୟମରେ ପୋଷଣ ସଚେତନତା କରାଯାଇ ଥିଲା । ମା ଗୃହ ର ୧୧ତମ ପ୍ରତିଷ୍ଠା ଦିବସ କେକ କାଟି ଅତିଥି ମାନେ ମା ଗୃହର ଅନ୍ତେବାସୀ ଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯକ୍ରମ ଜାତୀୟ ସାସ୍ଥ୍ୟ ମିଶନ ଓ କ୍ରାଏ ର ମିଳିତ ସହଯୋଗରେ କରାଯାଇଥିଲା । କାର୍ଯକ୍ରମ କୁ ପ୍ରଦୀପ ସାଇଁ ପରିଚାଳନା କରିଥିବା ବେଳେ ଆଲୋକ ସାମନ୍ତରାଏ, ପୁଷ୍ପିତା ସାହୁ, ସାମନ୍ତ ଦିଗାଲ, ମାନସ ପ୍ରଧାନ, ବିନ୍ଧ୍ୟାରାଣୀ ପ୍ରଧାନ, ଅନୁପମା, ପ୍ରିୟଦର୍ଶନି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.