ଏହା ସହ ସଫେଇ କର୍ମଚାରୀଙ୍କୁ EPF ESTରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନ କରାଇବା, ଦୁର୍ଗା ପୂଜାରେ ବୋନସ ଭଳି ବିଭିନ୍ନ ଦାବୀ ନେଇ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ । ତାଙ୍କର ମୌଳିକ ଦାବିଗୁଡିକ ଆମେ ମାନିନେଇଛୁ । ମାତ୍ର ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟା କି ସମ୍ଭବପର ନୁହେଁ, ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ଫଳରେ ଚିକିତ୍ସାରେ ମଧ୍ୟ ବାଧା ଉପୁଜୁଛି ।