ଉଦୟନିଧି କୁଡ୍ଡାଲୋର ଜିଲ୍ଲାରେ ଏକ ପାରିବାରିକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ଲୋକଙ୍କୁ ସମ୍ବର୍ଦ୍ଧିତ କରି ଉଦୟନିଧି ଖାଲି ବିଜେପି ଉପରେ ବର୍ଷି ନ ଥିଲେ, ସହଯୋଗୀ ଦଳ ଏଆଇଏଡିଏମକେ ଉପରେ ମଧ୍ୟ ବର୍ଷିଥିଲେ । ଉଦୟନିଧି ଏଆଇଏଡିଏମକେର ତୁଳନା ଅଳିଆ ଗଦା ସହ ତୁଳନା କରିଥିଲେ ।
ସେ କହିଥିଲେ, ଏଆଇଏଡିଏମକେ ଏମିତି ଏକ ଅଳିଆ ଗଦା ଯାହା ସାପକୁ ଆଶ୍ରୟ ଦେଇଥାଏ । ସେ କହିଥିଲେ, ରାଜ୍ୟର ଏହି ଅଳିଆକୁ ସଫା କରିବାକୁ ପଡିବ ।
ସେ କହିଥିଲେ, ଅଳିଆ ଗଦାରେ ଥିବା ସାପ ଆମର ଘର ଭିତରକୁ ପଶି ଆସିଥାଏ । ଆମକୁ ସାପକୁ ମାରିବାକୁ ହେଲେ ପ୍ରଥମେ ସୁନିଶ୍ଚିତ କରିବାକୁ ପଡିବ ଯେ, ଅଳିଆ ଯେମିତି ରହିବ ନାହିଁ । ସେଥିପାଇଁ ଜନତା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ଯେମିତି ରାଜ୍ୟରେ ଏଆଇଏଡିଏମକେ ଏବଂ ବିଜେପି ପଶି ପାରିବ ନାହିଁ । ସେ ଆହୁରି କହିଥିଲେ, ୨୦୨୧ ବିଧାନସଭା ନିର୍ବାଚନରେ ଆମେ ଚାକରଙ୍କର ପ୍ୟାକିଂ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ସେମାନଙ୍କୁ ତାଙ୍କ ମାଲିକଙ୍କ ଘରେ ପହଞ୍ଚାଇ ଦେବା ଦରକାର ।
ଏଠି କହିରଖିବୁ, ସନାତନ ଧର୍ମକୁ ଉଦୟନିଧି ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିବା ପରେ ବିଜେପି ଏହାର କଡା ଜବାବ ଦେଇଥିଲା । ହେଲେ ଉଦୟନିଧି ବିଜେପିକୁ ଏକ ଫଟୋ ଜରିଆରେ ଏହାର ଉତ୍ତର ଦେଇଛି । ଉଦୟନିଧି ଏକ୍ସରେ ଏକ ମଶା ଅଗରବତିର ଫଟୋ ପୋଷ୍ଟ କରିଛନ୍ତି ।
ଉଦୟ ନିଧି କହିଛନ୍ତି, କିଛି ଜିନିଷକୁ ବିରୋଧ କରାଯାଏନି ବରଂ ଏହାକୁ ଶେଷ କରି ଦିଆଯାଏ । ଠିକ ସେମିତି ସନାତନ ଧର୍ମକୁ ବି ଶେଷ କରିବାକୁ ପଡିବ ।