ପାଟଣାଗଡ଼ ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରୁ ବେଣୁଧର ଓ ତାଙ୍କ ପୁଅ ଏକ ସଂସ୍ଥା ଖୋଲି ଯୁବକମାନଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରି କରାଇ ଦେବାକୁ କହି ଟଙ୍କା ଆଦାୟ କରିଥିଲେ। କାହାଠାରୁ ୩୦ ହଜାର, କାହାଠୁ ୫୦ ହଜାର ତ ଆଉ କାହାଠାରୁ ୬୦ ହଜାର ଟଙ୍କା ନେଇଥିଲେ। ଏପରି ଭାବେ ସେମାନେ ୮ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସେମାନେ ଆଦାୟ କରିଥିଲେ। କିନ୍ତୁ କାହାକୁ ଚାକିରି ମିଳି ନଥିଲା। ଫଳରେ ଉକ୍ତ ଯୁବକମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ବେଣୁଧର ଯେଉଁ ରେଷ୍ଟୁରାଣ୍ଟକୁ ଲିଜ୍ରେ ନେଇଛନ୍ତି, ସେଠାରେ ବିଭିନ୍ନ ପ୍ରକାର ଅନୈତିକ କାମ ଚାଲେ ବୋଲି ଅଭିଯୋଗ ହୋଇଛି। ତେବେ ଏସ୍ଡିପିଓ କହିଛନ୍ତି ଯେ ଏଭଳି କିଛି ଅଭିଯୋଗ ଆସିଲେ, ତା’ର ବି ତଦନ୍ତ କରାଯିବ।
ଅନ୍ୟପକ୍ଷରେ ବେଣୁଧର ଜଗତ କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି। କିଛି ରାଜନେତା, ଗଣମାଧ୍ୟମ ପ୍ରତିନିଧି ଓ ବ୍ୟବସାୟୀ ତାଙ୍କୁ ଫସେଇ ଦେଇଛନ୍ତି। ତାଙ୍କୁ କେହି ଟଙ୍କା ଦେଇ ନାହାନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାହା ପାଖରୁ ପଇସା ଆସିନାହିଁ କି ତାଙ୍କୁ କେହି ନଗଦ ଅର୍ଥ ମଧ୍ୟ ଦେଇ ନାହାନ୍ତି।