ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍‌ ସାଙ୍ଗକୁ ଚଟପଟା ଚାଟ୍‌…

ଉତ୍ତର ଭାରତର ମୁଗଲାଇ ଡିସ୍‌ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍‌। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍‌ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ ଏଭଳି ଭଳିକି ଭଳି ଖାଦ୍ୟ । ଅତିଥିଙ୍କ ପ୍ଲେଟର ଚଟପଟା ଖାଦ୍ୟ ସାଙ୍ଗକୁ ସମ୍ଭ୍ରାନ୍ତ ଶ୍ରେଣୀୟ ଖାଦ୍ୟ ବି ସାମିଲ ହେବ ।

ଭାରତର ବିଭିନ୍ନ ସ୍ଥାନରେ ମିଳୁଥିବା ଭଳିକି ଭଳି ରାସ୍ତା ପାର୍ଶ୍ୱର ଚଟପଟା ଖାଦ୍ୟର ମଜା ନେବେ ବିଶ୍ୱସ୍ତରୀୟ ନେତା। ଏଥିସହ ସେମାନଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ ସାଙ୍ଗକୁ ସ୍ନାକ୍ସ ଓ ସୁଇଟ୍‌ ଡିସ୍‌ ବି ପରସାଯିବ । ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଚାନ୍ଦିନି ଚୌକ ଅଞ୍ଚଳର ବିଭିନ୍ନ ଷ୍ଟ୍ରିଟ ଫୁଡର ମଜା ନେବେ ଅତିଥି । ଏଥିନିମନ୍ତେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀର ବିଭିନ୍ନ ଷ୍ଟାର ହୋଟେଲରେ ଅତିଥିଙ୍କ ରହିବା ବ୍ୟବସ୍ଥା କରାଯାଇଥିବାରୁ ସେଠାରେ ମଧ୍ୟ ସେମାନଙ୍କ ପାଇଁ ମିଲେଟ୍‌ରେ ପ୍ରସ୍ତୁତ ବିଭିନ୍ନ ଡିସ୍‌ ଉପଲବ୍ଧ କରାଯିବ ।

ଆସନ୍ତା ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ ସଜେଇ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସୁଦ୍ଧା ପ୍ରାୟତଃ ସମସ୍ତ ବିଶ୍ୱସ୍ତରୀୟ ନେତା ଏହି ସମ୍ମିଳନୀ ନିମନ୍ତେ ଭାରତରେ ପହଞ୍ଚିଯିବେ।

କେନ୍ଦ୍ର ଓ ଦିଲ୍ଲୀ ସରକାର ମିଳିତ ଭାବେ ଦିଲ୍ଲୀକୁ ସୁନ୍ଦର ରୂପରେ ସଜେଇଛନ୍ତି। ଏଥିସହ ଦିଲ୍ଲୀ ଏକ ପ୍ରକାର ସୁରକ୍ଷା ଛାଉଣୀରେ ପରିଣତ ହୋଇଯାଇଛି। ଦେଶ ସମେତ ବିଭିନ୍ନ ଦେଶର ସୁରକ୍ଷା ଏଜେନ୍ସି କର୍ମୀ ବି ଭାରତରେ ଡେରା ପକାଇଛନ୍ତି।

nis-ad
Leave A Reply

Your email address will not be published.