ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ

ind

ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସୂଚନା ଦେଇଥିଲେ ।

ଏହା ଶୁଣିବା ପରେ ବିମାନରେ ଥିବା ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଆଜି ଇଣ୍ଡିଗୋ ବିମାନ ୬ଇ-୨୦୬୫ ଭୁବନେଶ୍ୱରରୁ ୧୮୦ ଜଣ ଯାତ୍ରୀ ଓ କ୍ର୍ୟୁ ମେମ୍ବରଙ୍କୁ ନେଇ ନେଇ ଦିଲ୍ଲୀ ଯାଉଥିଲା । ଆକାଶରୁ ପୁଣି ଭୁବନେଶ୍ୱରକୁ ଫେରିଥିଲା ଇଣ୍ଡିଗୋ ବିମାନ । ସମସ୍ତ ଯାତ୍ରୀଙ୍କୁ ନେଇ ବିମାନଟି ସୁରକ୍ଷିତ ଭାବେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି । ବିମାନରେ ପକ୍ଷୀ ଧକ୍କା ହେବାରୁ ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯାହା ସୂଚନା ମିଳିଛି  ।


Post Views: 7

nis-ad
Leave A Reply

Your email address will not be published.