ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ରକ୍ଷା ବନ୍ଧନ

ଚିକିଟୀ : ବୁଧବାର ଦିନ ଚିକିଟୀପେଣ୍ଠ ସ୍ଥିତ ପ୍ରଜାପିତା ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ରକ୍ଷା ବନ୍ଧନ କାର୍ଯକ୍ରମ କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମା କୁମାରୀ ନିଶା ଭଉଣୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଏବଂ ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ଧର୍ମା ସାହୁ,ବ୍ରହ୍ମା କୁମାର ନୃସିଂହ ଭାଇ ଓ ଧlନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଯୋଗଦେଇଥିଲେ।

ପ୍ରଥମେ ଅତିଥି ମାନଙ୍କୁ ଉପଢୌକନ ଓ ବାବାଙ୍କ ବିଗ୍ରହ ଦେଇ ସ୍ଵାଗତ କରାଯାଇ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଅର୍ପିତା ଓ ସ୍ନେହl ଭଉଣୀ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ସଞ୍ଚାଳିକା ପୌରାଣିକ ସମୟରୁ ଚାଲି ଆସିଥିବା ରକ୍ଷା ବନ୍ଧନର ମହତ୍ତ୍ଵ ଓ ସ୍ନେହ, ପ୍ରେମ, ଶ୍ରଦ୍ଧାର ଅତୁଟ ବନ୍ଧନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଅଞ୍ଚଳ ର ସମସ୍ତ ବ୍ରହ୍ମା କୁମାରୀ ଓ ବ୍ରହ୍ମା କୁମାର ମାନେ ଉପସ୍ଥିତ ଥିଲେ l ବ୍ରହ୍ମl କୁମାରୀ ରାଧିକା ଓ ଅମ୍ବିକା ଭଉଣୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.