ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏଲିଙ୍ଗୱର୍ଥ, ରୁଚିରା ଅମ୍ପାୟାର…

asi

ମୁମ୍ବାଇ: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ତୃତୀୟ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥ ମ୍ୟାଚ୍‌ ରେଫରୀ ରହିବେ।

ଅନ୍ୟପକ୍ଷରେ ଆଗାମୀ ୩୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତର ଜେ.ମଦନଗୋପାଳ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବାକୁ ଥିବାବେଳେ ଶ୍ରୀନାଥ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ତୁଲାଇବେ। ଭାରତ ଓ ନେପାଳ ମଧ୍ୟରେ ସେପ୍ଟେମ୍ବର ୪ରେ ଖେଳାଯିବାକୁ ଥିବାକୁ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ଓ ପାଲିୟାଗୁରୁ ଅମ୍ପାୟାର ଭାବେ କାମ କରିବେ। ଏସିଆ କପ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। କ୍ରିସ୍‌ ଗଫାନେ ଓ ମାସୁଦୁର ରେହମାନ ଏହି ମ୍ୟାଚ୍‌ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ଡେଭିଡ୍‌ ବୁନ୍‌ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

Post Views: 6

nis-ad
Leave A Reply

Your email address will not be published.