ସଇଁତଳା ଗୋପବନ୍ଧୁନଗର ଭଡା ଘରେ ରହୁଥିଲେ ଏସଆଇ କାଜଲ ବାଗ । ମିଳିଥିବା ସୂଚନା ଅନୁସାରେ ସେ ଗତକାଲି ରାତିରେ ସେ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି । ତେବେ ଏ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ପୋଲିସ ଏହି ଘଟଣାରେ କୌଣସି ସୂଚନା ଦେଉନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ପୋଲିସ କର୍ମଚାରୀ ଆସି ତାଙ୍କର କବାଟ ବାଡେଇଥିଲେ । ହେଲେ କବାଟ ନ ଖୋଲିବାରୁ ସିଡି ପକାଇ ପ୍ରଥମ ମହଲାରେ ରହୁଥିବା କାଜଲଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ ।
Post Views: 6